ବାଜିରେ କନ୍ଧମାଳ: ବଢ଼ୁଛି ତାତି, ଜମୁଛି ପ୍ରଚାର

ଫୁଲବାଣୀ-୧୫ /୩ ପୌର ପାଇଁ ଜୋରଦାର ହେଉଛି ପ୍ରଚାର । କନ୍ଧମାଳରେ ଖରା ତାତି ବଢ଼ିବା ସହ ବଢ଼ୁଛି ରାଜନୈତିକ ଉଷ୍ମତା । ପୌରନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ସବୁ ଦଳର ପ୍ରାର୍ଥୀ ମାନଙ୍କ ହୃତ୍‌ସ୍ପନ୍ଦନ ମଧ୍ୟ ବଢିବାରେ ଲାଗିଛି । ସବୁ ଦଳର ପ୍ରାର୍ଥୀ ସମର୍ଥକକୁ ଧରି ପ୍ରଚାରକୁ ଯୋରଦାର କରିଛନ୍ତି । ନିଜ ସପକ୍ଷରେ ଯେପରି ଅଧିକରୁ ଅଧିକ ଭୋଟ ମିଳିବ ସେଥିପାଇଁ ସମସ୍ତେ ତତ୍ପର । ଆଜି ସକାଳୁ ସକାଳୁ ନଗର ଉନ୍ନୟନ ମନ୍ତ୍ରୀ ତଥା କନ୍ଧମାଳ ଜ଼ିଲ୍ଲା ପ୍ରଭାରୀ ପ୍ରତାପ ଜେନା ସହ ପ୍ରଭାରୀ କିଶୋର ମେହେର , ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜ଼ିଲ୍ଲା ସଭାପତି, ସରୋଜ କର୍ଣ୍ଣ, ଜ଼ିଲ୍ଲା ପରିଷଦ ସଭ୍ୟlଲିଳିମା ପ୍ରଧାନ, ଜି.ଉଦୟଗିରି ବ୍ଳକ ଅଧ୍ୟକ୍ଷା ସୁଷମା ପ୍ରଧାନ, ବିଜେଡିର ବରିଷ୍ଠ ନେତା ତଥା ଆଇନଜୀବୀ ତଥା ୬ ନମ୍ବର ୱାର୍ଡ କାଉନସିଲର ପାର୍ଥୀ ଲେକଚେରର ବୁଲିଆନ ପ୍ରମୁଖଙ୍କ ସମେତ ଅନେକ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପର୍ଯ୍ୟବେକ୍ଷକ ସୁରଜ ରାୟ, ଓ କାଦେ ସୋରେନ, ଏନ ଏ ସି ରେ ବିଜେଡି ଯେପରି ଜୟ ଯୁକ୍ତ ହେଵସେଥି ପ୍ରତି ଦ୍ରୁଷ୍ଟି ଦେଉଛନ୍ତି l ପ୍ରଥମେ ମନ୍ତ୍ରୀ ଜେନା ସହର ର ୧୨ ଓ ୧୩ ୱାର୍ଡ ଓ ୧ , ୨ ଓ ୩ ୱାର୍ଡ କୁ ଯାଇ ବିଜେଡି ଅଧ୍ୟକ୍ଷା ପାର୍ଥୀ ଭାନୁପ୍ରଭା ମିଶ୍ର, ଓ କାଉନସିଲର ପାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ l ସଂପର୍କୀୟ, ସହଯୋଗୀ କର୍ମୀଙ୍କୁ ଧରି ପ୍ରଚାରରେ ବାହାରି ଯାଉଛନ୍ତି। କେଉଁଠି ବୈଠକ କରୁଛନ୍ତି ଆଉ କେଉଁଠି ଲୋକଙ୍କ ଘରକୁ ଯାଇ ଭୋଟର ମାନଙ୍କୁ ବୁଝାଉଛନ୍ତି l ଭାନୁପ୍ରଭା ଜଣେ ଟାଣୁଆ ନେତ୍ରୀ ହୋଇଥିବାରୁ ଭୋଟରଙ୍କ ଭଲ ସମର୍ଥନ ମିଳୁଥିବା କହିଛନ୍ତି କର୍ମୀ । ତେବେ ସହରରେ ଅନେକ ସମସ୍ୟା ରହିଛି ଯେମିତିକି ପାନୀୟ ଜଳ, ଜମିଜମା ସମସ୍ୟା, ରାସ୍ତା ଡ୍ରେନ ଆଦି ସମସ୍ୟା ରହିଛି । ସେ ବିଜୟୀ ହେଲେ ଏ ସବୁ ସମସ୍ୟାକୁ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି ଭାନୁପ୍ରଭା l ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ସାଲୁଗା ପ୍ରଧାନ, ସହ ପ୍ରଭାରୀ କିଶୋର ମେହରଙ୍କ ପ୍ରଚାର ପରେ ଆଜିଠୁ ଧୀରେ ଧୀରେ ପ୍ରଚାର ଜମୁଛି l ତେବେ , ଭୋଟର କାହାକୁ ସମର୍ଥନ କରିବେ ତାହା ଆଗକୁ ପ୍ରଚାର ଯୋର ଧରିଲେ ଜଣାପଡିବ । ସେହିପରି ବିଜେପି , କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀମାନେ ମଧ୍ୟ ନିଜ ସପକ୍ଷରେ ପ୍ରଚାର କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.