ଫିଲ୍ମ ‘ଦ କାଶ୍ମୀରି ଫାଇଲ୍ସ’କୁ ନେଇ ସ୍ବରାଙ୍କର ବିବାଦୀୟ ଟ୍ବିଟ୍‌

ନୂଆଦିଲ୍ଳୀ ୧୬।୦୪ : ବିବେକ ଅଗ୍ନିହୋତ୍ରିଙ୍କ ‘ଦ କାଶ୍ମୀରି ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଥମୁନି। ଫିଲ୍ମର କ୍ରେଜ୍ ବଢ଼ୁଥିବା ବେଳେ ଦର୍ଶକଙ୍କ ପ୍ରଂଶସା ମଧ୍ୟ ବଢିବାରେ ଲାଗିଛି । ଅଗ୍ନିହୋତ୍ରିଙ୍କ ନିର୍ଦ୍ଦେଶିତ ‘ଦ କାଶ୍ମୀରି ଫାଇଲ୍ସ’ ମାର୍ଚ୍ଚ ୧୧ରେ ପରଦାରେ ରିଲିଜ୍ ହୋଇଥିଲା। ଫିଲ୍ମଟିକୁ ସମସ୍ତେ ପସନ୍ଦ କରୁଥିବା ବେଳେ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଟ୍ୱିଟ୍ କରି ଜବରଦସ୍ତ ଟ୍ରୋଲ୍ ହୋଇଛନ୍ତି । ଫିଲ୍ମ ରିଲିଜରେ ଏହାକୁ ନେଇ ଦର୍ଶକ ଭଲ୍ ରିଭ୍ୟୁ ଦେଉଥିବା ବେଳେ ଅକ୍ଷୟ କୁମାର, ୟାମି ଗୌତମ, ହନସଲ୍‌ ମେହଟାଙ୍କ ଭଳି ବହୁ ବଲିଉଡ୍ ତାରକା ‘ଦ କାଶ୍ମୀରି ଫାଇଲ୍ସ’ର ସମର୍ଥନ କରି ଦେଖିବା ପାଇଁ ଦର୍ଶକଙ୍କୁ ଅପିଲ୍ କରିଛନ୍ତି । ଆଉ ଠିକ୍ ଏହି ସମୟରେ ସ୍ୱରା ଭାସ୍କର ‘ଦ କାଶ୍ମୀରି ଫାଇଲ୍ସ’ର ନାଁ ନନେଇ ଏକ ବିବାଦୀୟ ଟ୍ୱିଟ୍ କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଅଭିନେତ୍ରୀ ହୁଏତ ବିବେକ କିମ୍ବା ତାଙ୍କ ଫିଲ୍ମର ନାମ ଦେଇନାହାଁନ୍ତି, କିନ୍ତୁ ଲୋକମାନେ ଏହି ବିଷୟରେ ତାଙ୍କ ଟ୍ୱିଟ୍‌କୁ ଦେଖି ନାନା କଥା କହିଛନ୍ତି । ଏନେଇ ସ୍ୱରା ଟ୍ୱିଟ୍ କରି କହିଛନ୍ତି, ‘ଯଦି ତୁମେ ଚାହୁଁଛ ଯେ ଲୋକମାନେ ତୁମର ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛନ୍ତି … ତେବେ ଗତ ୫ବର୍ଷ ମୁଣ୍ଡ ନୁଆଁଇବାକୁ ଦିଅନ୍ତୁ ନାହିଁ।’

Leave A Reply

Your email address will not be published.