ଖୋଲିପାରିଲାନି ଧାନମଣ୍ଡି,  ପ୍ରତିବାଦରେ ଧାରଣାରେ ବସିଲେ ଚାଷୀ

ବାଲିପାଟଣା ୧୬/୦୩ : ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ମିଳିିଥିଲା ଟୋକନ । ମାତ୍ର ମିଲର ଏବଂ ସେବା ସମବାୟ ସମିତି ମଧ୍ୟରେ ବୁଝାମଣା ଅଭାବରୁ ଧାନମଣ୍ଡି ଖୋଲିପାରିଲା ନାହିଁ । ଯେଉଥତ୍ପାଇଁ ଟୋକନ ପାଇଥିବା ଚାଷୀ ମାନଙ୍କର ଟୋକନ ରଦ୍ ହୋଇଗଲା । ଚାଷୀମାନେ ଧାନ ବିକ୍ରି କରିନପାରି ମୁଣ୍ଡରେ ହାତ ଦେଇ ବସିଛି । କେବେ ମଣ୍ଡି ଖୋଲିବ ସେ ନେଇ ମଧ୍ୟ ସ୍ପଟ ସୂଚନା ମିଳୁନାହିଁ । ଏହାକୁ ବିରୋଧ କରି ବାଲିଅ। ବ୍ଲକ ଝିଂଟି ଶାସନ ସେବା ସମବାୟ ସମିତି ସମ୍ନାରେ ଶତାଧତ୍କ ଚଷୀ ଧାରଣ ଦେଇ ପ୍ରତିବାଦ ଜଣାଇଛି । ଏହି ସେବା ସମବାୟ ଅଧିନରେ ୮୫୨ ଜଣ ଚଷୀ ଧାନ ମଣ୍ଡିରେ ଧାନ ଦେବାପାଇଁ ନାମ ପଞ୍ଜୀକୃତ କରିଥିଲେ । ୩୮ ହଜାର କ୍ୱିୁଣ୍ଟାଲ ଧାନ କ୍ରୟ ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଟୋକନ ଦିଆଯାଇଥିଲା । ଜାନୁୟାରୀ ୮ ତାରିଖ, ଜାନୁୟାରୀ ୧୬ ତାରିଖ ଏବଂ ଫେବୃୟାରୀ ୧୦ ତାରିଖ ମଧ୍ୟରେ ଚାଷୀ ଏହି ସେବା ସମବାୟ ସମିତି ମଣ୍ଡିରେ ଧାନ ଦେବାପାଇଁ ମେସେଜ ଆସିଥିଲା । ଏହି ତାରିଖରେ ୨୮୫ ଜଣ ଚଷୀଙ୍କର ପ୍ରାୟ ୨୦ କ୍ୱିୁଣ୍ଟାଲ ଧାନ କ୍ରୟ ହେବାର ଧାର୍ଯ୍ୟ ହୋଇଥିଲା । ମାତ୍ର ମଣ୍ଡି ନଖୋଲିବାରୁ ସମସ୍ତ ଟୋକନ ରଦ୍ଦ ହୋଇଯାଇଛି । ତୁରନ୍ତି ଚାଷୀ ମାନଙ୍କୁ ନୂତନ ଟୋକନ ପ୍ରଦାନ କରିବା ସହ ମଣ୍ଡି ଖୋଲି ଧାନ କ୍ରୟ କରିବା ପାଇଁ ଚଷୀ ମାନେ ଦାବି କରିଛି । ଦାବି ପୂରଣ ନହଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ।

Leave A Reply

Your email address will not be published.