ପ୍ରଚାରରରେ କମ୍ପୁଛି ଫୁଲବାଣୀ ସହର ..

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ମୁନିସିପାଲିଟି ଓ ବାଲିଗୁଡ଼ା ଏନଏସି ଏବଂ ଜି ଉଦୟଗିରି ଏନଏସି ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ପ୍ରଚାର ଜୋରଦାର ହେଉଛି। ମନ୍ତ୍ରୀ ପ୍ରତାପ ଜେନା ଓ ସାଂସଦଙ୍କ ନେତୃତ୍ୱରେ ପ୍ରଚାର ଜୋରଦାର ଚାଲିଥିବା ବେଳେ ସମସ୍ତ ୱାର୍ଡ଼ରେ ବୁଲି ସାଧାରଣ ସଭା କରିବା ସହିତ ଘର ଘର ବୁଲି ପ୍ରଚାର କରୁଛନ୍ତି। ଫୁଲବାଣୀ ଅଧକ୍ଷା ପ୍ରାର୍ଥୀ ପୁନମ୍ କହଁର ଙ୍କ ସମେତ ୧୩ଟି ୱାର୍ଡ଼ ରେ ପ୍ରଚାର ଜୋରଦାର ହେଉଛି ତେବେ ଆସନ୍ତା ୨୦ ତାରିଖରେ ମନ୍ତ୍ରି ପଦ୍ମନାଭ ବେହେରା ପ୍ରଚାର ମଇଦାନକୁ ଓଲ୍ହାଇବେ। ପଦ୍ମନାଭ ଙ୍କ ବ୍ୟକ୍ତିଗତ ଭୋଟ ବହୁତ । ତାଙ୍କ ଗଡ଼ ଭାବେ ପରିଗଣିତ ଫୁଲବାଣୀ ତାଙ୍କୁ ବହୁତ୍ ସ୍ନେହ ଓ ଆଦର ଦେଇଛି ସେ ପ୍ରଚାର କଲେ ବିଜୟ ସୁନିଶ୍ଚିତ ବୋଲି ନେତା ଠୁ କର୍ମୀ ସମସ୍ତେ ଭରସା କରୁଛନ୍ତି । ସେଥିପାଇଁ ସେ ମନ୍ତ୍ରୀ ଓ ସାଂସଦ, ବିଧାୟକଙ୍କ ସମେତ ସମସ୍ତ ନେତା କର୍ମୀ ମାନଙ୍କୁ ନେଇ ସବୁ ୱାର୍ଡ଼ ରେ ଭୋଟ ମାଗିବେ ବୋଲି ସୂଚନା ମିଳିଛି। ଲଗାତାର ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଶହ ପ୍ରଭାରୀ କିଶୋର ମେହେର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ସାଂସଦ ପ୍ରତିନିଧି ଈଶ୍ୱର ନାୟକ, ଛାତ୍ର ସଭାପତି ସୁନିଲ ସେଠି ଯୁବ ସଭାପତି ବିଷ୍ଣୁ ମଲିକ , ସଂଖ୍ୟା ଲଘୁ ନେତା ୟାସିନ ବେଗ୍ ସମେତ ସମସ୍ତେ ପ୍ରଚାର କାମରେ ଲାଗିଛନ୍ତି। ଆଗକୁ ଆହୁରି ପ୍ରଚାର ଜୋରଦାର ହେବ ବୋଲି ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ କହିଛନ୍ତି।

Leave A Reply

Your email address will not be published.