ଫୁଲବାଣୀ ରାଜନୀତିର ଚାଣକ୍ୟ କିଶୋର ଏବଂ ଈଶ୍ୱର

ଫୁଲବାଣୀ : ଚାଲିଛି ପୌର ନିର୍ବାଚନ ପାଇଁ ପ୍ରଚାର । ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରଚାର ଜୋରଦାର କରିଛନ୍ତି । ସଭା ସମିତିରେ କମ୍ପୁଛି ଫୁଲବାଣୀ ସହର । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ହେଲେ ସବୁଠାରୁ ଆଗରେ ରହିଛି ଶାସକ ବିଜେଡି ଦଳ । ଦଳର ପ୍ରାଥୀ ମାନଙ୍କ ପାଇଁ ନେତା ଠାରୁ ଆରମ୍ଭ କରି ମନ୍ତ୍ରୀ ଯାଏଁ ସମସ୍ତେ ଅପ୍ରାଣେ ଉଦ୍ୟମ ଜାରି ରଖିଛନ୍ତି । ହେଲେ ଫୁଲବାଣୀରେ ଚର୍ଚାରେ ଅଛନ୍ତି ଦୁଇ ନେତା କିଶୋର ଏବଂ ଈଶ୍ୱର । କନ୍ଧମାଳ ବିଜେଡ଼ି ଜିଲ୍ଲା ସହ ପ୍ରଭାରୀ ହେଉଛନ୍ତି କିଶୋର ମେହେର ଏବଂ କନ୍ଧମାଳ ସାଂସଦ ପ୍ରତିନିଧି ହେଉଛନ୍ତି ଈଶ୍ୱର ନାୟକ । ଫୁଲବାଣୀ ରାଜନୀତିର ଚାଣକ୍ୟ ସାଜିଥିବା ଏହି ଦୁଇନେତା ଏବେ ପ୍ରସ୍ତୁତ କରୁଛନ୍ତି ବିଜୟର ରଣନୀତି । କେଉଁ ୱାର୍ଡ ରେ କେଉଁ ରଣନୀତି ନେଇ ଦଳ ଭୋଟ ମାଗିବ ଓ କିଭଳି ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ପାଇଁ ଲୋକ ବିଜେଡ଼ିକୁ ଭୋଟ ଦେବେ ସେ ନେଇ ୱାର୍ ରୁମ୍ ରେ ପ୍ରସ୍ତୁତ କରୁଛନ୍ତି ରଣନୀତି। ସମସ୍ତ ପ୍ରଚାର ଦାୟିତ୍ଵ ଗ୍ରହଣ କରିବା ସହିତ ନେତା ଓ କର୍ମୀ ମାନଙ୍କୁ ଏକାଠି ନେ଼ଇ ପ୍ରଚାର ମଇଦାନ କୁ ବହାରୁଛନ୍ତି। ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ସହିତ ବରାବର୍ ଯୋଗାଯୋଗ କରୁଛନ୍ତି। ବୈଠକ ରେ ଲୋକଙ୍କ ଭିଡ଼ ଆସିବା ଠାରୁ ଯୁବକ ମାନଙ୍କ ମଧ୍ୟରେ ସମନ୍ୱୟ ସବୁ ଏ ଦୁଇ ଯୁବ ନେତା ବୁଝୁଛନ୍ତି। ନିଜ ମିଷ୍ଠ ଭାଷୀ ପାଇଁ ସମସ୍ତଙ୍କ ପାଖରେ ପରିଚିତ ହୋଇଥିବା ଦୁଇ ନେତା ନିର୍ବାଚନ ରେ ତାଙ୍କର ସବୁ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଙ୍କୁ ବିଜୟ କରିବାକୁ ପଣ କରିଛନ୍ତି। ସମସ୍ତଙ୍କ ସହଯୋଗ ମିଳିଲେ ତାଙ୍କ ପରିଶ୍ରମ ସଫଳ ହେବ ବୋଲି ଆଶା ବାନ୍ଧି ଛନ୍ତି କିଶୋର ଓ ଈଶ୍ୱର। ତେବେ ମନ୍ତ୍ରୀ ପ୍ରତାପ ଜେନା ଓ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ନେତୃତ୍ୱରେ ଫୁଲବାଣୀ ରେ ପ୍ରଚାର ସରିବା ପରେ ଆଜି ବାଲିଗୁଡ଼ା ରେ ପ୍ରଚାର ଜୋରଦାର ଚାଲିଛି ଗତକାଲି ଜି.ଉଦୟଗିରି ରେ ପ୍ରଚାର କରିଥିଲେ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା । ବିଭିନ୍ନ ୱାର୍ଡ଼ ରେ ବୁଲି ସାଧାରଣ ସଭା କରିବା ସହିତ ଘର ଘର ବୁଲି ପ୍ରଚାର କରୁଛନ୍ତି। ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀ ମାନଙ୍କ ପାଇଁ । ତେବେ ସମୟ କହିବ ଏଥରର ବାଜି କିଏ ଜିତିବ ।

Leave A Reply

Your email address will not be published.