ସରଗରମ ବାଲିମେଳା ପୌର ନିର୍ବାଚନ

ଚିତ୍ରକୋଣ୍ଡା ୧୭/୦୩: କମ୍ପୁଛି ମଇଦାନ, ଜମୁଛି ପ୍ରଚାର୍ । ସରଗରମ ହେବାରେ ଲାଗିଛି ବାଲିମେଳା ପୌର ନିର୍ବାଚନ । ପାର୍ଥୀ ବି ବେଶ୍ ଆଶାବାଦୀ ହେଇଛନ୍ତି । ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ମଙ୍ଗ ଧରିଛନ୍ତି ୩ ପ୍ରମୁଖ ଦଳ । ୧୨ ଟି ୱାର୍ଡର ୮୪୯୭ ଟି ଭୋଟରଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରେଇ ଭୋଟ ହାତେଇବା ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରୟାସ । ଭୋଟ ତାରିଖ ଯେତେ ପାଖେଇ ଆସୁଛି, ଲୋକଙ୍କ ସେତେ ନିକଟତର ହେବା ପାଇଁ ପାର୍ଥୀ ମାନେ ବିଭିନ୍ନ ପ୍ରକାର କୌଶଳ ଆପଣେଇବାରେ ଲାଗିପଡିଛନ୍ତି । ବାଜା ପ୍ରଚରେ କମୁଛି ବାଲିମେଳା ପୌରପରିଷଦ । ନିଜ ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ଗଳି କନ୍ଦିର ଘରକୁ ଘରକୁ ବୁଲି ପ୍ରତିଶ୍ରୁତି ଦେବା ସହ, ଭୋଟ ଭିକ୍ଷା କରୁଛନ୍ତି ବାଲିମେଳା ପୌରପରିଷଦ ପାଇଁ ଚେୟାରମ୍ୟାନ ପାର୍ଥୀ କଂଗେସ ଦଳର କପିଳା ପ୍ରଧାନ । ଶାସକ ଦଳ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ଆକ୍ଷେପ କରି ନିର୍ବାଚନ ମଇଦାନରେ ପାଦ ଥାପିଥିବା ବେଳେ, ବିରୋଧୀ ଦଳ ବିକାଶ ନାଁରେ କରାଯାଉଥିବା ଦୁର୍ନୀତିକୁ ଭିତ୍ତି କରି ଭୋଟ ହାତେଇବାରେ ଲାଗିପଡିଛନ୍ତି । ଆଉ ଲୋକେ ମଧ୍ୟ ବିଜୟ ତିଲକ ଲଗେଇବେ ବୋଲି କଂଗେସ ପାର୍ଥୀ ମନରେ ଆଶା ବାନ୍ଧି ଥିବାବେଳେ, ଅନ୍ୟପଟେ ବିଜୟ ଲାଭ କରିବା ପରେ ବାଲିମେଳା କୁ ଦିଲ୍ଲୀ ସହ ସମତୁଲ କରିଏବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାସକ ଦଳ ।

Leave A Reply

Your email address will not be published.