ବିମାନ ବନ୍ଦରରେ ଅନୁପମ୍ ଖେରଙ୍କୁ ଭେଟିଲେ ସିକ୍ୟୁରିଟି ଅଫିସର

ମୁମ୍ବାଇ ୧୭।୦୩ : ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଥମୁନି। ଫିଲ୍ମର କ୍ରେଜ୍ ବଢ଼ୁଥିବା ବେଳେ ଦର୍ଶକଙ୍କ ପ୍ରଂଶସା ମଧ୍ୟ ବଢିବାରେ ଲାଗିଛି ।  ଫିଲ୍ମଟି  ପ୍ରେକ୍ଷାଳୟରେ  ଧମାଲ୍‌ କରୁଛି। ଛୋଟ ବଜେଟ୍ ଫିଲ୍ମଟି ପ୍ରଥମ ଦିନରେ କରିଥିବା ବ୍ୟବସାୟ ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ‘କାଶ୍ମୀର ଫାଇଲ’ର ୩ ଦିନରେ ମୋଟ କଲେକ୍ସନ ୨୭.୧୫ କୋଟି ପର୍ଯ୍ୟନ୍ତ ପହଞ୍ଚିଛି । ନିର୍ମାତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ଏହାର ସଫଳତା ଦେଖି ଖୁସି ଅଛନ୍ତି । ଅନୁପମ ଖେର ଏହାକୁ ନେଇ ଏକ ପୋଷ୍ଟ ସେୟାର କହିଛନ୍ତି। ଅନୁପମ ଖେର କହିଛନ୍ତି କି ସେ ବିମାନବନ୍ଦରରେ କିଛି ଲୋକଙ୍କୁ ଭେଟିଥିଲେ ଯେଉଁମାନେ ଫିଲ୍ମର ପ୍ରଶଂସା କରିଥିଲେ। ଏବଂ ଏହି ଫିଲ୍ମ ଅନେକ ଲୋକଙ୍କୁ ଦୋହଲାଇ ଦେଇଛି। ଏହା ସହ ସେ ଲେଖିଛନ୍ତି, ‘ଯେତେବେଳେ ବିମାନ ବନ୍ଦରରେ ୧୨-୧୫ ଲୋକ ଦେଖା ହୋଇଥିଲେ। କହିଥିଲେ, ଆମେ ଆପଣଙ୍କ ଫିଲ୍ମ ଦେଖିଲୁ , ସରି ଆମେ ଜାଣି ନଥିଲୁ କି କାଶ୍ମୀର ପଣ୍ଡିତଙ୍କ ସହ ଏହି ସବୁ ଘଟିଛି । ଏହା ବ୍ୟତୀତ ସିକ୍ୟୁରିଟି ଅଫିସର କହିଥିଲେ ଖେର ସାହାବ ଆପଣଙ୍କ ଫିଲ୍ମ ଆମ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ”ତେଣୁ ଏହାର ଅର୍ଥ ହେଉଛି ଆମର ଚଳଚ୍ଚିତ୍ର ଲୋକଙ୍କ ହୃଦୟକୁ ଛୁଇଁଛି ।

Leave A Reply

Your email address will not be published.