୧୨ ଦିନ ହେଲା ଜଳୁଛି ଜଙ୍ଗଲ

ତେଲକୋଇ ୧୭।୦୩ : ଜଳୁଛି ଜଙ୍ଗଲ । ସଙ୍କଟରେ ଜଙ୍ଗଲ ଆଉ ବନ୍ୟଜନ୍ତୁ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ କଳାପାଟ ଓ ସମାକୋଇ ସଂରକ୍ଷିତରେ ଜଙ୍ଗଲରେ ନିଆଁ ଲାଗିଛି । ଯାହାଫଳରେ ଅନେକ ମୂଲ୍ୟବାନ ଗଛ ପୋଡିଯାଉଛି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଗତ ୧୨ ଦିନ ହେବ ନିଆଁର ପ୍ରକୋପ ଜାରି ରହିଛି । ନିଆଁର ଆଁରେ ଶିଖେଶ୍ୱରୀ ଜଙ୍ଗଲ, କଳାପାଟ ସଂରକ୍ଷିତ ଜଙ୍ଗଲ ରହିଛି । ଏହି ସବୁ ଜଙ୍ଗଲରେ ନିଆଁର ପ୍ରକୋପ ଥମିବାରେ ନାଁ ନେଉନି । ହୁତୁ ହୁତୁ ହୋଇ ଜଳିଯାଉଛି ଏକର ଏକର ଜଙ୍ଗଲ । ଆଉ ପୋଡି ପାଉଁଶ ହୋଇଯାଉଛି ମୂଲ୍ୟବାନ ସହ ଔଷଧୀୟ ଗଛ । ତେବେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁମାନେ ଏବେ ଗାଁମୁହାଁ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ ହେଲାଣି ବନବିଭାଗ । ତଥାପି ଆଯତ୍ତ ହେଇପାରୁନି ଜଙ୍ଗଲରେ ଲାଗିଥିବା ନିଆଁ ।

Leave A Reply

Your email address will not be published.