ଫୁଲର ସହର ଫୁଲବାଣୀରେ ବିଜେଡିର ସଂଖ୍ୟାଲଘୁ ସେଲ କର୍ମୀ ସମ୍ମିଳନୀ

ଫୁଲବାଣୀ -17/୩ : ଫୁଲବାଣୀ ପୌର ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ସହର ଲ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କରୁଛନ୍ତି ନେତା ଓ ପ୍ରାର୍ଥୀ । ଏହି କ୍ରମରେ ଫୁଲବାଣୀ ସହରର ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଆଜି ସଂଖ୍ୟାଲଘୁ ସେଲ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଜ଼ିଲ୍ଲା ବିଜେଡି ସଭପତି ସରୋଜ କର୍ଣ୍ଣ, ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ, ନଗର ଉନ୍ନୟନ ଓ ଆଇନ ପଂଚାୟତ ରାଜମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅଙ୍ଗଦ କହଁର, ଅଧ୍ୟକ୍ଷା ପାର୍ଥୀ ପୁନମ କହଁର, ଜାମା ମସଜିଦ ସଭାପତି ଅବଦୁଲ ରା଼ଜ଼ାକ, ସମ୍ପାଦକ ମହମଦ ଲତିଫ ବେଗ, ଧର୍ମ ଗୁରୁ ମୌଲାନା ଓ ସଂଖ୍ୟାଲଘୁ ସେଲ ଜ଼ିଲ୍ଲା ଉପସଭାପତି ସୟିଦ ବଖାରି, ମହମଦ ସାକିଲ ଓ ଆଇନଜୀବି ଜାହିର ଅଖତାର ପ୍ରମୁଖ ଯୋଗ ଦେଇ ଫୁଲବାଣୀସହର ଓ ଜ଼ିଲ୍ଲା ର ସାମୁହିକ ବିକାଶ ପାଇଁ ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀ ପୁନମ କହଁର ଙ୍କ ସମେତ ତେରଟି ଯାକ କାଉନସିଲର ପାର୍ଥୀ ମାନଙ୍କୁ ସମର୍ଥନ ଦେବାଲାଗି ଅନୁରୋଧ କରିଥଲେ ଲ ସେହିପରି ବିଜେଡ଼ି ପାର୍ଥୀଙ୍କ ବିଜୟୀ ହେଲେ ସହରବାସିଙ୍କ ମୌଳିକ ସମସ୍ୟା ଦୂର କରିବା ଅଧ୍ୟକ୍ଷାଙ୍କ ପ୍ରଥମ ଦାୟିତ୍ୱ ଓ କର୍ତବ୍ୟ ହେଵ ବୋଲି କହିଥିଲେ l ସହର ରେ ଥିବା ଡ୍ରେନ, ପାନୀୟ ଜଳ, ରାସ୍ତାଘାଟ,ଜମିଜମା ସମସ୍ୟା ଆଦି ଦୂରହୋଇପାରିବ ବୋଲି ଆହୁରି କହିଥିଲେ l ସଂଖ୍ୟାଲଘୁ ରାଜ୍ୟ ସମ୍ପାଦକ ମହମଦ ୟାସୀନ ବେଗ ଏହି ସଭା ପରିଚାଳନା କରିଥିଲେ l

Leave A Reply

Your email address will not be published.