ଦଳ ବିରୋଧି କାର୍ଯ୍ୟପାଇଁ ଜିଉଦୟଗିରିର ପୂର୍ବତନ ନଗରପାଳ ଓ ତାଙ୍କ ପତ୍ନୀ ସସପେଣ୍ଡ


ଫୁଲବାଣୀ-୧୭/୩ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସଂପାଦକ ତଥା ପୂର୍ବତନ ଜି.ଉଦୟଗିରି ନଗରପାଳ ପି. ସଞ୍ଜିବପାତ୍ର ଓ ତାଙ୍କ ପତ୍ନୀ ମିତାରାଣୀ ପାତ୍ର ଦଳରୁ ସସପେଣ୍ଡ । ସସପେଣ୍ଡ କଲେ ଦଳର କନ୍ଧମାଳ ସଭାପତି ସରୋଜ କର୍ଣ୍ଣ ।
ବୁଧବାର ରାତିରେ ଦଳର କନ୍ଧମାଳ ଜିଲା ସଭାପତି ସରୋଜ କର୍ଣ୍ଣ ଏନେଇ ପ୍ରେସ ମିଟ ଜାରି କରି ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟଯେ, ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସଂପାଦକ ତଥା ପୂର୍ବତନ ନଗରପାଳ ପି. ସଞ୍ଜିବ ପାତ୍ରଙ୍କ ପତ୍ନୀ ମିତାରାଣୀ ପାତ୍ର ଜି.ଉଦୟଗିରି ଏନଏସି ପାଇଁ ବିଜେଡି ପକ୍ଷରୁ ନଗର ପାଳ ଟିକେଟ ପାଇଁ ଆବେଦନ କରିଥିଲେ। ହେଲେ ଦଳ ପକ୍ଷରୁ ପତ୍ନୀ ମିତାରାଣୀଙ୍କୁ ଟିକେଟ ନମିଳିବା ଫଳରେ ସେ ଦଳୀୟ ଶୃଙ୍ଖଳା ନମାନି ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବା ଫଳରେ ଦଳରୁ ସଞ୍ଜିବ ଓ ତାଙ୍କ ପତ୍ନୀ ମିତାରାଣୀଙ୍କୁ ସସପେଣ୍ଡ କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.