ଫୁଲ କୋବି ଖାଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ମୋହନା ୧୮/୦୩ : ଗଜପତି ଜିଲ୍ଲା ମୋହନା ଥାନା ହଲାପଙ୍କା ଗାଁରେ ଘଟିଛି ଅଭାବନୀୟ ଘଟଣା । ଫୁଲ କୋବି ଖାଇ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନେ ହେଲେ ସ୍ୱାମୀ ଜାବିତ୍ର ଗମାଙ୍ଗ ଓ ସ୍ତ୍ରୀ ନମିତା ଗମାଙ୍ଗ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି । ଜାବିତ୍ର ନିଜ ବାଡ଼ିରେ ଫୁଲ କୋବି ଚାଷ କରିଛନ୍ତି । ଗତ କିଛି ଦିନ ତଳେ ଫୁଲ କୋବିରେ କୀଟନାଶକ ସିଞ୍ଚନ କରିଥିଲେ । ଗତକାଲି କୋବି ବାହାର କରି ଘରେ ରୋଷେଇ କରି ଖାଇଥିଲେ । ଏହାପରେ ସେମାନେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ବର୍ତ୍ତମାନ ମୋହନା ମେଡିକାଲ ରେ ସେମାନଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.