ବାଜା ଓ ଗୀତ ରେ କମ୍ପୁଛି ଜି.ଉଦୟଗିରୀ ସହର

ହାତରେ ଆଉ ମାତ୍ର ୫ ଦିନ l ଫଳରେ ଜିଉଦୟଗିରି ସହର ସବୁ ଦଳରପ୍ରଚାରରେ ଦୁଲୁକୁଛି l ପ୍ରମୁଖ ବିଜେଡି, ବିଜେପି,ଓ କଂଗ୍ରେସ ସମେତ ସ୍ୱାଧୀନ ପାର୍ଥୀ ମାନେ ବି ଦିନରାତିଏକ କରି ପ୍ରଚାର କୂ ଜୋରଦାର କରିଛନ୍ତି lଜି. ଉଦୟ ଗିରି ପୌର ପରିଷଦ ଅଧ୍ୟକ୍ଷା ପାଇଁ ମୋଟ ୮ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ବନ୍ଦିତା କରୁଛନ୍ତି l ବାଜା ଓ ଗୀତ ରେ କମ୍ପୁଛି ଜି.ଉଦୟଗିରୀ ସହର l ବିଭିନ୍ନ ଦଳ ର ପ୍ରାର୍ଥୀ ମାନଙ୍କ ପୋଷ୍ଟର ବାନେର ରେ ଛାଇ ହୋଇଯାଇଛି ସହର ର ସବୁ ଗଳିକନ୍ଦି l ତେଵେ ପ୍ର ଚାରରେ ଶାସକ ବିଜେଡି ଟିକିଏ ଆଗୁଆ ଅଛି । ଅଧ୍ୟକ୍ଷାପ୍ରାର୍ଥୀ ତଥା ପୂର୍ବତନ ଉପାଧ୍ୟକ୍ଷା ବିଜେଡି ନେତ୍ରୀ ଦ୍ଭାନୁ ପ୍ରଭା ମିଶ୍ର ନେତା ଓ କର୍ମୀଙ୍କୁ ସାଥିରେ ନେଇ ମାରାଥନ ପ୍ରଚାର ଚଳାଇଛନ୍ତି । କର୍ମୀମାନେ ମଧ୍ୟ ଏକ ଯୁଟ ହୋଇଦିନ ରାତି ଏକ କରି ଭୋକଶେ।ଷ ଭୁଲି ବେଶଆଗ୍ରହ ର ସହ ଘର ଘର ବୁଲି ଭ।ନୁ ପ୍ରଭାଙ୍କ ପାଇଁ ପ୍ରଚାର ଚଳାଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କୁ ନେଇ ଦ୍ଭାନୁ ପ୍ରଭା ବୈଠକମାନ ମଧ୍ୟ କରୁଛନ୍ତି ।ଦ୍ଭାନୁ ପ୍ରଭା ଙ୍କ ପାଇଁ ବରିଷ୍ଠ ବିଜେଡ଼ିନେତା ତଥା ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡଃ ଅଚ୍ୟୁତ ସାମନ୍ତ, ଜି.ଉଦୟଗିରି ବିଧାୟକସାଲୁଗା ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ବିଭିନ୍ନ ସମୟରେ ସାହି ବସ୍ତିୱ ୲ର୍ଡଗୁଡ଼ିକରେ ପ୍ରଚାର କରି ଫେରିଛନ୍ତି l ଫଳରେ ପ୍ରଚାରରେ ବିଜେଡି ଆଗୁଆ ଥିବା ଦେଖିବାକୁ ମିଳିଛି ବଜାର ଘାଟରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ବିଜେଡିର ପ୍ରାର୍ଥୀମାନଙ୍କ ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇଯାଇଛି ।
ବିଜେଡି ପ୍ରାର୍ଥୀ ଭାନୁ ପ୍ରଭା ମିଶ୍ର ସହରର ଜଣାଶୁଣା, ନେତ୍ରୀ ଓ ସମାଜସେବୀମଧ୍ୟ । ସେ ସ୍ଵାଧୀନ ଭାବେ କାଉନସିଲର ଲଢି ନିଜ ବ୍ୟକ୍ତିତ୍ଵ ଓ ଜନସଂପର୍କ ଯୋଗୁଁ ଦଳୀୟ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇ ନିଜର ଦବଦବା ଜାହିର କରିଛନ୍ତି । ସେହିପରି ଗତ କାଉନସିଲରେ ଉପାଧ୍ୟକ୍ଷ । ରହି ନିଜର ଚେଷ୍ଟାରେ ଅନେକ କିଛି ଉନ୍ନୟନ୍ନ କାର୍ଯ୍ୟ କରିବା ସହ ବିଶେଷକରି ସ୍ଵୟଂସହାୟକ ଗୋଷ୍ଠୀ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସ୍ଵତନ୍ତ୍ର ଦୃଷ୍ଟିଦେଇଥିଲେ ଫଳରେ ମହିଳାଙ୍କ ସମର୍ଥନ ରହିଛି ତାଙ୍କ ପ୍ରତି ଆଉ ସେ ବିଜୟୀ ହେବେ ବୋଲି ଦ୍ଭାନୁପ୍ରଭା କହିଛନ୍ତି। ସେହିପରି ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ ତଥା ସମାଜ ସେବୀ ସୁସ୍ମିତା ଜେନା ମଧ୍ୟ ପ୍ରଚାରକୁଯୋରଦାର କରିଥିବାବେଳେ କଂଗ୍ରେସ ଓ ଅନ୍ୟ ସ୍ଵାଧୀନ ପ୍ରାର୍ଥୀମାନେ ମଧ୍ୟ ନିଜ କର୍ମୀ ଓ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଛନ୍ତି ।ବିଜେପି ପରିଷଦ ଗଠନ କଲେ ସହରବାସୀ ଙ୍କୁ ଦୁର୍ନୀତି ମୁକ୍ତ ସୁଶାସନ ଯୋଗାଇଦେବ ବୋଲି ଭୋଟ ଭିକ୍ଷା କରୁଛି l ଭୋଟରଙ୍କ ଅକୁଣ୍ଠ ସମର୍ଥନ ରହିଛି ବିଜେପି ପ୍ରତି ଏଣୁ ସେ ବି ଜିତିବେ ବୋଲି କହିଛନ୍ତି l ତେବେ ବିଜେଡିଟିକେଟ ନ ପାଇବାରୁ ପୂର୍ବତନ ନଗରପାଳ ଓ ବରୀଷ୍ଟ ନେତା ସଂଜିବପାତ୍ର କାଉନସିଲର ଓ ତାଙ୍କ ପ୍ରତ୍ନୀ ମିତାରାଣୀ ପାତ୍ର ଅଧ୍ୟକ୍ଷା ପଦବୀ ପାଇଁ ସ୍ଵାଧୀନ ଭାବେ ଲଢେଇ କରୁଥିବାରୁ ବିଜେଡିକୁ କିଛିଟା ଅସୁବିଧାରେ ପକାଇ ପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତିl ଏପଟେ ପଂଚାୟତ ଓ଼ଜ଼ିଲ୍ଲା ପରିଷଦ ନିର୍ବାଚନ ରେ ବିଜେଡି ସମଗ୍ର ରାଜ୍ୟରେ ଚମତ୍କାର ପ୍ରଦର୍ଶନ କରି ଶତପ୍ରତିଶତ ସଫଳତା ଅର୍ଜନ କରିଥିବାରୁ ବିଜେଡି କର୍ମୀ ମାନେ ପୁରା ଜୋଶ ରେ ଅଛନ୍ତି l କଳେ ବଳେ କୌଶଳେକିପରି ପୌର ପରିଷଦ ହାତେଇବେ ସେହି ଚିନ୍ତାରେ ବିଜେଡି ନେତା ଓ କର୍ମୀ l ୧ ୩ କାଉନସିଲ ବିଶିଷ୍ଟ ଜି. ଉଦୟଗିରି ପରିଷଦ ରେ ୮ ହଜ଼ାର ୧୮୫ ଜଣ ଭୋଟର ୧ ୩ ଟି ବୁଥ ରେ ଆସନ୍ତା ଚବିସ ତାରିଖରେ ମତଦାନ କରିବେ l
ଭୋଟ ଗଣତି ସରିଲେ କିଏ ଜିତିବ ଆଉ କିଏ ହାରିବ ସ୍ପଷ୍ଟ ହୋଇଯିବl

Leave A Reply

Your email address will not be published.