ଫିଲ୍ମ ‘RRR’ରେ ରାମ ଚରଣଙ୍କ ବଡିଗାର୍ଡ ହୋଇଥିଲେ ୟୁକ୍ରେନ୍‌ର ରୁଷ୍ଟୀ

ନୂଆଦିଲ୍ଳୀ ୨୦।୦୩ : ଋଷିଆ-ୟୁକ୍ରେନର ଯୁଦ୍ଧ ଜାରି ରହିଛି । ଏଥିରେ ବହୁ ଲୋକ ଫସିଥିବା ବେଳେ ଅନେକଙ୍କର ମୃତ୍ୟୁ ହେଲାଣି । ସାହାଯ୍ୟ ପାଇଁ ହାତ ପତାଉଛନ୍ତି ୟୁକ୍ରେନଲୋକେ । ହେଲେ ଏହାରି ମଧ୍ୟରେ ମେଗା ପାୱାରଷ୍ଟାର ରାମ ଚରଣ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ରାମଚରଣ ତାଙ୍କ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ କିନ୍ତୁ ଆଜିକାଲି ଲକ୍ଷ ଲକ୍ଷ ଲୋକ ତାଙ୍କ ପରୋପକାରୀ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି । ୟୁକ୍ରେନରେ ରହୁଥିବା ତାଙ୍କର ଜଣେ ବଡିଗାର୍ଡଙ୍କୁ ଆର୍ଥିକ ସହାୟତା କରିଛନ୍ତି । ଯେଉଁଥିପାଇଁ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିଲ୍ମ RRR ତାରକା ରୁଷ୍ଟୀଙ୍କ ନିକଟରେ ପହଞ୍ଚିଥିଲେ, ଯିଏ ଫିଲ୍ମରେ ବଡିଗାର୍ଡ ହୋଇଥିଲେ । ବର୍ତ୍ତମାନ ଏହି ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ତୀବ୍ର ହେବାପରେ ରୁଷ୍ଟିୀ ତାଙ୍କ ୮୦ ବର୍ଷ ବୟସ୍କା ପିତାଙ୍କ ସହ ସେନାବାହିନୀରେ ଯୋଗ ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ସେ କହୁଛନ୍ତି, ‘ହାଏ, ମୋର ନାମ ରୁସ୍ତି, ମୁଁ ୟୁକ୍ରେନରେ ଆରଆରଆର ସୁଟିଂ ସମୟରେ ରାମ ଚରଣଙ୍କ ବଡିଗାର୍ଡ ଥିଲି। ଏହା ବ୍ୟତୀତ ରୁଷ୍ଟି କହିଛନ୍ତି ଯେ, ଯେତେବେଳେ ରାମଚରଣ ଜାଣିବାକୁ ପାଇଲେ ଯେ ଋଷର ରକେଟ୍ ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି, କିଛି ଦିନ ପୂର୍ବେ ରାମ ଚରଣ ମୋତେ ଏବଂ ମୋ ପରିବାରକୁ ଫୋନରେ ପଚାରିଥିଲେ। ମୁଁ ତାଙ୍କୁ କହିଲି ଯେ ମୁଁ ବର୍ତ୍ତମାନ ସେନାରେ ଯୋଗ ଦେଇଛି। ମୋର ଆର୍ଥିକ ସାହାଯ୍ୟ କରିବା ସହ ମତେ ମୋ ପରିବାରର ଯତ୍ନ ନେବାକୁ କହିଥିଲେ। ମୋ ପରିବାର ପାଇଁ ଟଙ୍କା ମଧ୍ୟ ପଠାଇଥିଲେ, ଯାହା ପରେ ମୁଁ ମୋ ପତ୍ନୀଙ୍କ ପାଇଁ ଔଷଧ କିଣଥିଲି । ଧନ୍ୟବାଦ ରାମ ଚରଣ .. ସେ ବହୁତ ଦୟାଳୁ .. ‘ରୁଷ୍ଟୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ସହ ରାମ ଚରଣଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.