ନିଜକୁ ଛୁରୀ ଭୁସି ହତ୍ୟା କଲେ ଯୁବକ, ଭିଡିଓ ଭାଇରାଲ୍

ଇନ୍ଦୋର: ହୋଲି ରଙ୍ଗରେ ମସ୍‌ଗୁଲ ସମସ୍ତେ। ତା ସହିତ ନିଶାପାଣି ମାରି ଚୁର। ହିନ୍ଦୀ ଗୀତର ତାଳେ ତାଳେ ବେ ତାଳ ହେଉଛି ପାଦ। ଗୀତ ବାଜୁଛି ନାୟକ ନେହିଁ ଖଲନାୟକ ହୁଁ ମେଁ। ଆଉ ଏପଟେ ନିଶା ଚୋଟରେ ନିଜକୁ ଛୁରୀ ଭୁସି ଚାଲିଛି ନିଶାଡ଼ି ଯୁବକ। ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଇନ୍ଦୋର ଭଙ୍ଗଙ୍ଗା ଅଞ୍ଚଳରେ। ପୁଲିସର ସୂଚନା ଅନୁସାରେ ଗୋପାଳ ସୋଲଙ୍କୀ ନାମକ ଜଣେ ବ୍ୟକ୍ତି ହୋଲିରେ ନିଶା ଖାଇ ସାଙ୍ଗମାନଙ୍କ  ସହିତ ଖୁବ୍‌ ନାଚୁଥିଲେ। ନାଚିଲା ବେଳେ ସେ ଏକ ମୁନିଆ ଛୁରି ଧରି ସାଙ୍ଗମାନଙ୍କୁ ଦେଖାଇ ଦେଖାଇ ଡାନ୍ସ କରୁଥିଲେ। ଏହି ସମୟରେ ସେ ହଠାତ୍ ଛୁରିଟିକୁ ନିଜ ଡାହାଣପଟ ଛାତିରେ ଭୁସି ଦେଇଥିଲେ। ଥରେ ନୁହେଁ ଦୁଇଥର ଡାହାଣ ଛାତିରେ ଛୁରି ଭୁସିବା ପରେ ସଙ୍ଗେ ସଙ୍ଗେ ଆହତ ସ୍ଥାନରୁ ରକ୍ତ ବାହାରିଥିଲା। ଛାତିରୁ ରକ୍ତ ବାହାରୁ ଥିବା ବେଳେ ଗୋପାଳ କିନ୍ତୁ ନାଚ ଗୀତରେ ବ୍ୟସ୍ତ ଥିଲା। କିନ୍ତୁ ଘର ଲୋକ ଓ ସାଙ୍ଗମାନେ ତାଙ୍କୁ ଏପରି ଅବସ୍ଥାରେ ଦେଖି ଚମକି ପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ନେଇଯାଇ ଶ୍ରୀ ଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶା ଚୋଟରେ ନିଜ ଜୀବନ ନେଇଯାଇଥିଲେ ଗୋପାଳ।

Leave A Reply

Your email address will not be published.