ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ

ଜୟପୁର, ୨୦/୦୩: ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ। କୋରାପୁଟ ଜିଲ୍ଲା ଜୟପୁରରେ ଥିବା ରଘୁନାଥ ମନ୍ଦିରରେ ଗ୍ୟାସ ସିଲିଣ୍ଡର ଫାଟି ଅଘଟଣ ଘଟିଛି। ସୂଚନାନୁସାରେ, ରବିବାର ସକାଳେ ମନ୍ଦିରରେ ଥିବା ଏକ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା  । ଫଳରେ ଅଗ୍ନିକାଣ୍ଡ ଘଟିଥିଲା । ଏହା ଏତେ ଭୟଙ୍କର ଥିଲା ଯେ, କମ୍ ସମୟରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମେତ ଆଖପାଖକୁ ବ୍ୟାପି ଯାଇଥିଲା। ନିଆଁ ବାବଦରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସେମାନେ ପହଁଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.