ଖରସ୍ରୋତା ନଦୀ ବୁଡି ଘଟଣା : ମିଳିଲା ଆଉ ଏକ ମୃତଦେହ

ଯାଜପୁର ୨୦।୦୩ :  ଯାଜପୁର ଜିଲ୍ଲା ଖରସ୍ରୋତା ନଦୀ ବୁଡି ଘଟଣା । ନିଖୋଜ ସମସ୍ତ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଷଷ୍ଠ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଉଦ୍ଧାର ହୋଇଥିବା ଯୁବକ ହେଲେ ବିଶ୍ବଜିତ ଜେନା ଓରଫ ବବଲୁ। ଏହାସହ ଶେଷ ହୋଇଛି ଓଡ୍ରାଫ ଟିମ୍ ର ଅପରେସନ୍ । ଖବର ଅନୁଯାୟୀ, ଶୁକ୍ରବାର ଦିନ ଖରସ୍ରୋତା ନଦୀରେ ୭ ଜଣ ଭାସି ଯାଇଥିବା ବେଳେ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଶୁକ୍ରବାର ହିଁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଶନିବାର ୩ ଜଣଙ୍କ ମୃତଦେହ ମିଳିଥିଲା । ଆଜି ସକାଳୁ ନିଖୋଜ ଥିବା ଆଉ ଜଣଙ୍କ ମୃତଦେହ ମିଳିଛି । ଦୋଳ ପୂର୍ଣ୍ଣିମା ଅବସରରେ ରଙ୍ଗ ଖେଳି ସାରି ନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଏମାନେ ଭାସି ଯାଇଥିଲେ । ଅସମୟରେ ଏମାନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ବାହୁନୀ ବାହୁନୀ କାନ୍ଦୁଛନ୍ତି ବାପା ମା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.