ବିବାଦରେ ଅଶୋକ ଗେହଲଟଙ୍କ ପୁଅ

ଜୟପୁର, ୨୦/୦୩:  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଙ୍କ ପୁଅ ତଥା ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ ଅଧ୍ୟକ୍ଷ ବୈଭବ ଗେହଲଟଙ୍କ ବିରୋଧରେ ମାମଲା ରୁଜୁ । ମହାରାଷ୍ଟ୍ର ପର୍ଯ୍ୟଟନ ବିଭାଗରେ ଇ-ଟଏଲେଟ୍ ଟେଣ୍ଡର ସହ ଅନ୍ୟ ସରକାରୀ ଟେଣ୍ଡରରେ ୬ କୋଟି ୮୦ ଲକ୍ଷ ଟଙ୍କା ଘୋଟାଲା ନେଇ ଏତଲା ଦିଆଯାଇଛି । ନାସିକର ବ୍ୟବସାୟୀ ସୁଶୀଲ ଭାଲଚନ୍ଦ୍ର ଗଙ୍ଗାପୁର ଥାନାରେ ବୈଭବ ଗେହଲଟ୍ ଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି, ଗୁଜରାଟ କଂଗ୍ରେସର ସମ୍ପାଦକ ସଚିନ ପୁରଷୋତ୍ତମ ବାଲେରା । ଏତଲାରେ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କ ନାଁ ଆସିବା ପରେ ରାଜନୀତି ତେଜ୍ ହୋଇଯାଇଛି । ଏପଟେ ବୈଭବ ଗେହଲଟ୍ ଟୁଇଟ୍ କରି କହିଛନ୍ତି, ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଏହା ସହ ମୋର କୌଣସି ସଂପର୍କ ନାହିଁ ।.ତଦନ୍ତ ପରେ ହିଁ ସବୁ ସତ୍ୟାସତ୍ୟ ଜଣାପଡିବ ।

Leave A Reply

Your email address will not be published.