ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

ଭୁବନ ୨୨।୦୩ : ଦୁର୍ଘଟଣାରେ ପ୍ରାଣ ହରାଇଲେ ବୃଦ୍ଧ । ବୃଦ୍ଧ ଜଣକ ବାସୁଦେଇପୁର ଗାଁର ରମେଶ ଭୂୟାଁ, ତାଙ୍କ ବୟସ ୬୨ ବର୍ଷ ହେବ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଦୁର୍ଘଟଣା। ଖବର ଅନୁଯାୟୀ, ବାସୁଦେଇପୁର ଗାଁର ରମେଶ ଭୂୟାଁ ସକାଳୁ ତାଙ୍କ ଘରୁ ସାଇକେଲରେ ଦୋକାନକୁ ଆସୁଥିବା ବେଳେ ଏକ ଅଜଣା ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରମେଶଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଫେରାର୍ ହୋଇଯାଇଛି। ରମେଶ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ସ୍ତ୍ରୀ, ଜଣେ ଭିନ୍ନକ୍ଷମ ପୁଅ ଓ ଝିଅକୁ ନେଇ ତାଙ୍କର ପରିବାର। ତେବେ ରମେଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଶବ ରଖି ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି। ତେବେ ଭୁବନ ପୋଲିସ ମୃତ ଶରୀରକୁ ଭୁବନ ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

Leave A Reply

Your email address will not be published.