ବିଜେପି ନେତାଙ୍କୁ ହତ୍ୟା

ନୂଆଦିଲ୍ଲୀ ୨୨/୦୩: ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଯାଇଛି । ଦୁର୍ବୃତ୍ତମାନେ ବିଜେପି ନେତା ତଥା ଆଇନଜୀବୀ ଗୌରବ ଜୟସ୍ୱାଲଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଏକ ମଦ ଦୋକାନ ସାମ୍ନାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ସ୍ଥାନୀୟ ନଗରପାଳଙ୍କ ଭଣଜା ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ଅଭିଯୁକ୍ତମାନେ ଗୌରବଙ୍କ ମୁଣ୍ଡକୁ ଗୁଳି ମାରି ଫେରାର ହୋଇଯାଇଥିଲେ । ପ୍ରଥମେ ସେମାନେ ଗୌରବଙ୍କୁ ଫୋନ୍ କରି ମଦ ଦୋକାନ ପାଖକୁ ଡାକିଥିଲେ । ଏହାପରେ ମୁଣ୍ଡକୁ ଗୁଳିମାଡ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମଟର୍ମ ପାଇଁ ପଠାଇଛି । ହତ୍ୟାକାଣ୍ଡ ପରେ ଶତାଧିକ ବିଜେପି କର୍ମୀ ଘଟଣାସ୍ଥଳରେ ପହଁଚି ହତ୍ୟାକାରୀକୁ ଗିରଫ ଦାବି କରିଥିଲେ । ସେହିପରି ଏସପି ପ୍ରଦୀପ ଗୁପ୍ତା ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଏସପି ପ୍ରଦୀପ ଗୁପ୍ତା କହିଛନ୍ତି ଯେ, ମଦ ଦୋକାନ ପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ହେଉଛି । ଅତିଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ସେ କହିଛନ୍ତି  ।

Leave A Reply

Your email address will not be published.