ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

କଟକ ୦୨।୦୪: ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ ପାଠପଢା ହେବ । ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୭ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ । ପ୍ରବଳ ଖରା ହେଉଥିବାରୁ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ମହଜୁଦ ରଖିବା ପାଇଁ କୁହାଯାଇଛି । କ୍ୟାମ୍ପସରେ କରୋନା ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ସ୍କୁଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖରାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଛତା ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.