ପୁଲିସ ବ୍ୟବସ୍ଥାରେ ସୁଧାର ପାଇଁ ପରାମର୍ଶ ଦେଲେ ପ୍ରଧାନ ବିଚାରପତି 

ନୂଆଦିଲ୍ଲୀନୂଆଦିଲ୍ଲୀ, ୦୨|୦୪ : ସିବିଆଇର କାର୍ଯ୍ୟଧାରା, ନିରପେକ୍ଷତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସିବିଆଇକୁ ପରାମର୍ଶ ଦେଇ କହିଛନ୍ତି, ବର୍ତମାନ ସମୟ ହେଉଛି ଜନସାଧାରଣଙ୍କ ବିଶ୍ୱାସକୁ ଜିିତିବା । ଏବଂ ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ରାଜନୈତିକ ବ୍ୟକ୍ତିଙ୍କ ସମ୍ପର୍କ ଭାଙ୍ଗିବା । ସେହିପରି ଦୁର୍ନୀତି ଭଳି ଅଭିଯୋଗ ସହିତ ପୁଲିସର ଛବି ମଧ୍ୟ ଖରାପ ହୋଇଥିବା କହିଛନ୍ତି ସିଜେଆଇ ଏନଭି ରମନ୍ନା । ଗଣତନ୍ତ୍ରରେ ତଦନ୍ତକାରୀ ସଂସ୍ଥା ଗୁଡିକ ଦାୟିତ୍ୱ ଓ କର୍ତବ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରି ଏଭଳି କହିଛନ୍ତି ମୁଖ୍ୟ ବିଚାରପତି । ସମୟ ଅନୁସାରେ ରାଜନୈତିକ ଦଳ ବଦଳିବ । କିନ୍ତୁ ଆପଣ ମାନେ ସ୍ଥାୟୀ ବୋଲି ପୁଲିସ କର୍ମଚାରୀଙ୍କୁ କହିଛନ୍ତି ମୁଖ୍ୟ ବିଚାରପତି ଏନଭି. ଏନଭି ରମନ୍ନା ।

Leave A Reply

Your email address will not be published.