ବଢୁଛି ତାତି, ଜଳୁଛି ପଶ୍ଚିମ ଓଡ଼ିଶା

ଓଡ଼ିଶା  : ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତର କିଛି ଦିନ ହେବ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗତକାଲି ଟିଟିଲାଗଡ଼ ସବୁଠୁ ଉତପ୍ତ ସହର ପାଲଟିଥିଲା । ଟିଟିଲାଗଡ଼ରେ ଦିନ ତାପମାତ୍ରା ୪୩ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଟିଟିଲାଗଡ଼ ପଛକୁ ପଶ୍ଚିମ ଓଡ଼ିଶାର ଆଉ ୭ ସହର ରହିଥିଲା । ବଲାଙ୍ଗୀରରେ ୪୨ ଦଶମିକ ୪ ଡିଗ୍ରୀ, ବୌଦ୍ଧରେ ୪୧ ଡିଗ୍ରୀ, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୪୦ ଦଶମିକ ୫ ଡିଗ୍ରୀ, ସୋନପୁରରେ ୪୦ ଦଶମିକ ୪ ଡିଗ୍ରୀ ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ତାଳଚେରରେ ମଧ୍ୟ ଦିନ ତାପମାତ୍ରା ୪୦ ଦଶମିକ ୨ ଡିଗ୍ରୀ ରହିଥିଲା । ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୪ ଡିଗ୍ରୀ ଯାଏ ଅଧିକ ରହିବ ।

Leave A Reply

Your email address will not be published.