କୋଲକତା ନାଇଟ୍ ରାଇଡର୍ସର ସହଜ ବିଜୟ

ନୂଆଦିଲ୍ଲୀ ୦୨/୦୪: ଉମେଶ ଯାଦବଙ୍କ ପ୍ରଭାବୀ ବୋଲିଂ ଏବଂ ଆଣ୍ଡ୍ରେ ରଲେସଙ୍କ ବିଷ୍ଫୋରକ ଅର୍ଦ୍ଧଶତକ ବଳରେ କୋଲକତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗସକୁ ସହଜରେ ହରାଇ ଦେଇଛି । ଦଳ ୧୪ ଓଭର ୩ ଟି ବଲରେ ୪ ୱିକେଟ୍ ହରାଇ ୧୩୭ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି । ଏଥିସହ ୩ ଟି ମ୍ୟାଚରୁ ଦୁଇଟି ମ୍ୟାଚ୍ ଜିତି କେକେଆର ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଯାଇଛି ।
ଉମେଶ ଯାଦବ ଫର୍ମକୁ ଫେରିବା ସହ ୨୩ ରନ ଦେଇ ୪ ୱିକେଟ୍ ନେଇଥିବା ବେଳେ ରସେଲ ୩୦ଟି ବଲ ଖେଳି ୭୦ ରନ କରିବା ସହ ଅପରାଜିତ ରହିଛନ୍ତି । ପ୍ରଥମମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍ ୧୮ ଉଭର ୨ ଟି ବଲରେ ଅଲଆଉଟ ହେବା ସହ ୧୪୭ ରନ ସଂଗ୍ରହ କରିଥିଲା । ପ୍ରାରମ୍ଭରେ କୋଲକାତା ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିବା ସହ ୫୧ ରନରେ ୪ ଟି ୱିକେଟ୍ ହରାଇ ଦେଇଥିଲା । ପଞ୍ଜାବ ପକ୍ଷରୁ ରାହୁଲ ଚହର ମ୍ୟାଡେନ ଉଭର ସହ ଦୁଇଟି ଅକ୍ତିଆର କରିଥିଲେ । କିନ୍ତୁ ରସେଲଙ୍କ ଦମଦାର ଇନିଂସ୍ ବଳରେ କୋଲକତା ସହଜ ବିଜୟ ହାଲସ କରିଥିଲା । ତେବେ ଆଜି ଦୁଇଟି ବଡ ମ୍ୟାଚ ଖେଳା ଯିବାର ଅଛି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡା ମୁକାବିଲା ହେବ ଏପଠେ ଦିଲ୍ଲୀ କ୍ୟାପିଟାଲକୁ ଭେଟିବ ଗୁରୁଜାଟ ଲାୟନ୍ସ ।

Leave A Reply

Your email address will not be published.