ବିଲରୁ ମିଳିଲା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ

ସୋର ୦୨।୦୪ : ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ହତ୍ୟା । ବିଲରୁ ମିଳିଲା କ୍ଷତାକ୍ତ ମୃତଦେହ । ଏହାସହିତ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ନିକଟସ୍ଥ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ଅଞ୍ଚଳରେ ହତ୍ୟାକାଣ୍ଡ । ଖବର ଅନୁଯାୟୀ, ବିଲରୁ ପ୍ରଧାନଶିକଙ୍କ  କ୍ଷତାକ୍ତ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାଦେଖି ତୁରନ୍ତ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କଣ ପାଇଁ ପ୍ରଧାନଶିକ୍ଷକଙ୍କୁ ହତ୍ୟା କରାଯାଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀଙ୍କୁ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । 

Leave A Reply

Your email address will not be published.