ଗୁଜବକୁ ନେଇ ମୁହଁ ଖୋଲିଲେ ଆଲିଆ

ମୁମ୍ବାଇ ୦୨।୦୪ : ନିକଟରେ  ଚୁଲବୁଲି ଅଭିନେତ୍ରୀ ଆଲିଆ ରାଗିପାଚି ଲାଲ ହୋଇଯାଇଥିଲେ । ସୋସିଆଲ ମିଡିଆ ୟୁଜର୍ସଙ୍କୁ ଭଲସେ ଜବାବ୍‌ ଦେଇଛନ୍ତି। ରାଗିକି କହିଲେ କିଛି ନ ଜାଣି ନିଜ ଅନୁମାନକୁ ଅନ୍ୟ ଉପରେ କହିବା ଠିକ୍‌ ନୁହେଁ। ଇନଷ୍ଟାଗ୍ରାମରେ ଆଲିଆଙ୍କ ଏହି ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।  ଫିଲ୍ମ ଆର.ଆର.ଆର’ ବ୍ଲକବଷ୍ଟର ହୋଇଥିବା ବେଳେ କମ୍‌ ସ୍କ୍ରିନ୍‌ ସ୍ପେଶକୁ ନେଇ ଖୁସି ନ ଥିଲେ ଆଲିଆ। ଏହି ଫିଲ୍ମରେ ଆଲିଆଙ୍କର କେବଳ ୯ ମିନିଟ୍‌ର ସିନ୍‌ ଥିଲା। ତାଙ୍କର ସୀତା ଚରିତ୍ରଟି ସେତେ ଦମ୍‌ଦାର ମଧ୍ୟ  ନଥିଲା। ଏହାକୁ ନେଇ ଭିତରେ ରାଗିଥିବା ଆଲିଆ ଶେଷରେ ନିଜ ଇନଷ୍ଟାଗ୍ରାମରୁ ନିର୍ଦ୍ଦେଶକ ରାଜମୌଲିଙ୍କୁ ଅନଫଲୋ କରିବା ସହ  ‘ଆର.ଆର.ଆର’ର ପୋଷ୍ଟର ଡିଲିଟ୍‌ କରିଥିବାର ଖବର ଆସିଥିଲା। ହେଲେ ବର୍ତ୍ତମାନ ସେ ଏହାକୁ ନେଇ ମୁହଁ ଖୋଲିଛନ୍ତି । ଏବଂ ଏସବୁ ବିଷୟରେ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି । ରାଜମୌଲିଙ୍କ ଉପରେ ଆଲିଆ ଖପ୍ପା ଥିବା ବି-ଟାଉନ୍‌ରେ ଗସିପ ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଲିଆ । ସେ ନିଜ ଇନଷ୍ଟାରେ ଲେଖିଛନ୍ତି, “ମୁଁ ଚିରଦିନ ପାଇଁ କୃତଜ୍ଞ ଯେ ମୁଁ RRR  ଫିଲ୍ମର ଏକ ଅଂଶ ହୋଇପାରିଛି। ମୁଁ ସୀତା ରୋଲକୁ ଖୁବ୍‌ ଭଲ ପାଉଥିଲି।  ରାଜମୌଲି ସାରଙ୍କ  ନିର୍ଦ୍ଦେଶନାରେ କାମ କରିବା କୌଣସି ସୌଭାଗ୍ୟଠାରୁ କମ୍‌ ନୁହେଁ।  ଏହି ଫିଲ୍ମ ପାଇଁ ରାଜମୌଲି ସାର୍‌ ଖୁବ୍‌ ପରିଶ୍ରମ କରିଛନ୍ତି। ତେଣୁ ଏହାକୁ ନେଇ ଯେପରି କୌଣସି ମିଥ୍ୟା ଗୁଜବ ସୃଷ୍ଟି ନ ହୁଏ ।

Leave A Reply

Your email address will not be published.