ତାରିଣୀ ମନ୍ଦିରରୁ ଚୋରି

ସୁନ୍ଦରଗଡ଼ ୦୪।୦୪: ତାରିଣୀ ମନ୍ଦିରରୁ ଚୋରି । ସୁନ୍ଦରଗଡ଼ ଟାଉନ୍‌ ଥାନା ପତ୍ରାପାଲି ବାଇପାସ ନିକଟରେ ଥିବା ମା ତାରିଣୀଙ୍କ ମନ୍ଦିରରୁ ଚୋରୀ ହୋଇଛି । ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ମନ୍ଦିରର ଭିତର ଗେଟର ଗ୍ରୀଲ୍‌  ଚୋରି କରିଛନ୍ତି ଲୁଟେରା । ମାଙ୍କ ମୁର୍ତ୍ତିରେ ଲାଗିଥିବା ସୁନା ଅଳଙ୍କାର ସମେତ ଅନେକ ସାମଗ୍ରୀ ଚୋରୀ କରିଛନ୍ତି ଦୁବୁର୍ତ୍ତ। ସକାଳୁ  ପୂଜକ ମନ୍ଦିରକୁ ଆସିଥିବା ବେଳେ ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.