ଲକ୍ଷୀମପୁର ମାମଲା : ହାଇକୋର୍ଟଙ୍କ ରାୟକୁ ପ୍ରଶ୍ନ କଲେ ମୃତ କୃଷକଙ୍କ ପରିବାର

ନୂଆଦିଲ୍ଲୀ, ୦୪/୦୪:  ଲକ୍ଷୀମପୁର ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ହେବ ନା ନାହିଁ ସେନେଇ ସୁପ୍ରିମକୋର୍ଟରେ ବିଚାର ଚାଲିଛି । କୋର୍ଟ ଏହା ଉପରେ ସୋମବାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି । ଶୁଣାଣି ବେଳେ ମୃତ କୃଷକଙ୍କ ଓକିଲ ଓ ଆଶିଷ ମିଶ୍ରାଙ୍କ ଓକିଲ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ମୃତ କୃଷକଙ୍କ ଓକିଲ ଦୃଷ୍ୟନ୍ତ ଦବେ କହିଥିଲେ ଯେ, ହାଇକୋର୍ଟ ଅଜୟଙ୍କୁ ଜାମିନ ଦେଇଛନ୍ତି । କିନ୍ତୁ ଅନେକ ତଥ୍ୟ ଉପରେ ଧ୍ୟାନ ଦିଆଯାଇ ନାହିଁ । ଏହା ହତ୍ୟା ମାମଲା । ଆଉ କିଛି ଆବେଦନକାରୀ କୋର୍ଟରେ ଆଶିଷଙ୍କ ଜାମିନ ରବ୍ଦ କରିବାକୁ ଦାବି କରିଥିଲେ । ଏହା ଉପରେ କଣ କରାଯିବା ଦରକାର କୋର୍ଟ ଜାଣନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ । ଅନ୍ୟପକ୍ଷରେ ୟୁପି ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ମହେଶ ଜେଠମାଲିନୀ କହିଥିଲେ ଯେ, ଆଶିଷଙ୍କ ଜାମିନ ରବ୍ଦ ପାଇଁ କୌଣସି ଆବେଦନ ଦାଖଲ କରିବାର ଆବଶ୍ୟକତା ନାହିଁ । କାରଣ ଆଶିଷ କୁଆଡେ ଫେରାର ହୋଇଯାଉ ନାହାଁନ୍ତି ।

Leave A Reply

Your email address will not be published.