ନିରଞ୍ଜନଙ୍କ ଡାଏରୀରେ ଲମ୍ବା ଲିଷ୍ଟ, ସମସ୍ତଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ

କଟକ ୦୪।୦୪: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଡାଏରୀ ଖୋଲିବ ଗୁମର । ଶର୍ମିଷ୍ଠାଙ୍କ ଘରୁ ଜବତ ହୋଇଥିବା ଡାଏରୀରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରେ । ଏହି ଡାଏରୀରେ ରହିଛି ଏକାଧିକ ବ୍ୟକ୍ତିଙ୍କ ନାମ । ସମସ୍ତଙ୍କୁ ମୁଖ୍ୟାଳୟ ଡାକି ଜେରା କରିପାରେ କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡର ଶେଷ ଦିନରେ ଶର୍ମିଷ୍ଠାଙ୍କ ଭୁବନେଶ୍ବର ଫ୍ଲାଟରୁ ଡାଏରୀ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ଖବର ଅନୁଯାୟୀ, ମାନସ ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟ ୫ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲା କ୍ରାଇମବ୍ରାଞ୍ଚ । ଏପିରିକି ରିମାଣ୍ଡର ଶେଷ ଦିନରେ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଥିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଶର୍ମିଷ୍ଠାଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟରୁ ଏକ ଡାଏରୀ ମିଳିଥିଲା । ଏହି ଡାଏରୀଟି ନିରଞ୍ଜନ ନା ଶର୍ମିଷ୍ଠାଙ୍କର । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଏଥିରେ ଅନେକ ରହସ୍ୟ ଲୁଚି ରହିଛି ବୋଲି ତଦନ୍ତକାରୀ ଟିମ୍‌ ସନ୍ଦେହ କରୁଛୁ । କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଥିବା ଏହି ଡାଏରୀରେ ଅନେକ ବ୍ୟକ୍ତିଙ୍କ ନାମ ରହିଛି । ଯାହାକି ଆଗାମୀ ଦିନରେ ତଦନ୍ତରେ ସହାୟକ ହେବ । ତେବେ ଡାଏରୀରେ ଲେଖାଥିବା ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରିପାରେ କ୍ରାଇମ୍‌ବ୍ରାଞ୍ଚ ।

Leave A Reply

Your email address will not be published.