ଆଜି ବନ୍ଦ ରହିବ ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ

ପୁରୀ ,ଏପ୍ରିଲ ୪ ଆଜି ବନ୍ଦ ରହିବ ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ । ଆଜି ଜଗତର ନାଥ ଜଗନ୍ନାଥଙ୍କ ଖସପଡା ନୀତି ହେବାକୁ ଥିବା ଥିବା ବେଳେ ଚାରି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୁଚନା ମିଳିଛି । କେବଳ ସେବାୟତଙ୍କୁ ନେଇ ଅପରାହ୍ନ ୪ ଟାରୁ ୮ ଟା ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପର୍ଣ୍ଣ ହେବ । ଖବର ଅନୁଯାୟୀ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷ ସୂଚନା ହୋଇଛି ଯେ ସେବାୟତମାନେ ଖସପଡା ନୀତି, ଗୁପ୍ତ ରୀତିନୀତି, ଅପରାହ୍ନ ୪ ଟାରୁ ୮ ଟା ପର୍ଯ୍ୟନ୍ତ କରିବେ। ଗୁପ୍ତ ରୀତିନୀତି ବର୍ଷକୁ ପ୍ରାୟ ଦୁଇରୁ ତିନିଥର କରାଯାଏ । ତେଣୁ ଆଜି ଏହି ଦିନ ଥିବାରୁ ୪ ଘଣ୍ଟା ପାଇଁ ଦର୍ଶ ବନ୍ଦ ରହିବ । ଉଲ୍ଲେଖଯୋଗ୍ୟ, ସମଗ୍ର ରାଜ୍ୟରେ କୋଭିଡ -୧୯ ମାମଲାଗୁଡ଼ିକର ହ୍ରାସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମାର୍ଚ୍ଚ ୨୦ ରୁ ରବିବାର ଦିନ ଭକ୍ତଙ୍କ ପାଇଁ ଖୋଲା ରହିବ।ଜନସାଧାରଣ ଦର୍ଶନ ସକାଳ ୬ ଟାରୁ ଆରମ୍ଭ ହେଉଛି । ଭକ୍ତମାନଙ୍କୁ କୋଭିଡ ପ୍ରୋଟୋକଲ ଅନୁସରଣ କରି ମନ୍ଦିର ଭିତରେ ମାସ୍କ ପିନ୍ଧିବାକୁ ପଡିବ ।

Leave A Reply

Your email address will not be published.