ଗାଁ ମେଳଣ ପଡିଆରୁ ମିଳିଲା ହେମଲତାଙ୍କ ମୃତଦେହ

ନିଆଳି ୦୫।୦୪ : କଟକ ସଦର ଥାନା ଅରିଲୋ ଗାଁରେ ଅଭାବନୀୟ ଘଟଣା । ଗାଁର ମେଳଣ ପଡିଆରୁ ମହିଳାଙ୍କ କ୍ଷତିବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ହେମଲତା ପାଣିଗ୍ରାହୀ ବୋଲି ଜଣାପଡିଛି । ତାଙ୍କ ବୟସ ପ୍ରାୟ ୫୫ ବର୍ଷ ହେବ ବୋଲି ସୂଚନା ରହିଛି । ତାଙ୍କ ମୁଣ୍ଡକୁ ପଥରରେ ଛେଚି କେହି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ସବୁ ଦିନ ପରି  ମହିଳାଙ୍କ ସ୍ଵାମୀ ଓ ପୁଅ ଭୁବନେଶ୍ଵର ପରିବା ବିକ୍ରି ପାଇଁ ଯାଇଥିଲେ । ବିଳମ୍ବିତ ରାତିରେ ବେପାର ସାରି ଫେରିବା ପରେ ହେମଲତାଙ୍କୁ ଘରେ ନଥିଲେ । ତାପରେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କିଛି ପତ୍ତାମିଳିନଥିଲା । ଶେଷରେ ତାଙ୍କ ମୃତଦେହ ଘର ପଛ ପଡିଆରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମହିଳା ଜଣଙ୍କ ଘରେ ଏକା ଥିବା ବେଳେ କେହି ତାଙ୍କୁ ଆକ୍ରମଣ କରି ହତ୍ୟା କରିବା ସହ ଘର ପଛ ପଟେ ଫିଙ୍ଗିଥିବା ଅନୁମାନ କରାଯାଉଛି l  ପୋଲିସ ଏଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଲୁଟପାଟ ଚୋରି ବା କୌଣସି ଶତୃତା ଏପରି  ହୋଇଛି । ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.