ଗୋଠଛଡା ଦନ୍ତାର ଉପଦ୍ରବ

ତେଲକୋଇ୦୫/୦୪: ଗୋଠଛଡା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଲୋକଙ୍କୁ ମାରିବାକୁ ଗୋଡାଉଛି । ସଂଧ୍ୟା ନହେଉଣୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଛି ଦନ୍ତା । ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁ ତଳସାହିରେ ପଶି ତପସ୍ୱନି ସେଠୀଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଦଇତାରି ସାହୁଙ୍କ ମୁଗବାଡିରେ ପଶି ମୁଗ ଫସଲକୁ ନଷ୍ଟ କରିଦେଇଛି । ସେପଟେ ପ୍ରଶାନ୍ତ ନାୟକଙ୍କ ଅଟୋକୁ ଭାଙ୍ଗି ଦେଇଛି ଦନ୍ତା । ତାଙ୍କ ଭାଇ ଅଟୋରେ ଶୋଇଥିବା ବେଳେ ପଛପଟୁ ଅଟୋକୁ ଦାନ୍ତରେ ଭୂସି ଦେଇଥିଲା ଦନ୍ତା । ସେପଟେ ଦନ୍ତା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ପ୍ରଶାନ୍ତ ଙ୍କ ଭାଇ ଚିତ୍ରସେନ। ଏହାସହ କଦଳୀ ବଗିଚାରେ ପଶି କଦଳୀ ଗଛକୁ ଦଳିମକଚି ନଷ୍ଟ କରିଦେଇଛି । ଘର ଭାଙ୍ଗିବା ଦେଖି ତପସ୍ବନି ନିଜର ଛୋଟ ଛୁଆଙ୍କୁ ଧରି ଦୌଡ଼ି ପଳାଇ ଯାଇଥିଲେ । ପରେ ସାହି ଲୋକେ ନିଆଁହୋଳା ସାହାଯ୍ୟରେ ଦନ୍ତାହାତୀକୁ ସେଠାରୁ ଘଉଡାଇଥିଲେ । ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।

Leave A Reply

Your email address will not be published.