ମାଲକାନଗିରିରେ ପୁଣି ବଢିଲା ତୈଳ ଦର

ମାଲକାନଗିରି ୦୫।୦୪ : ଆଜି ପୁଣି ବଢିଲା ତୈଳ ଦର । ରାଜ୍ୟର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ରହିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୮୬ ପଇସା ବୃଦ୍ଧି ପାଇ ଏବେ ଏହା ୧୧୭.୧୯ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ ଦର ଲିଟର ପିଛା ୮୫ ପଇସା ବୃଦ୍ଧି ପାଇ ଆଜି ୧୦୬.୭୫ ଟଙ୍କାରେ ପହଞ୍ଚିଛି । ତେବେ ଗତ ୧୫ ଦିନ ମଧ୍ୟରେ  ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ବସ ଭଡ଼ା ବୃଦ୍ଧି ପାଇଛି । ଫଳରେ ବଜାରରେ ଖାଦ୍ୟ ସାମଗ୍ରୀର ଦର ଦାମ ମଧ୍ୟ ବଢିବାରେ ଲାଗିଛି ।  ସାଧାରଣ ଲୋକଙ୍କ ପାଇଁ ଏବେ ଗାଡି ଚଳାଇବା ଠାରୁ ଆରମ୍ଭ କରି ପରିବାର ଚଳାଇବା କଷ୍ଟକର ହୋଇ ପଡିଛି । ତେବେ ପଡୋଶୀ ଛତିଶଗଡ ସୁକୁମା ଜିଲ୍ଲାରେ ତୈଳ ଦର ବର୍ତ୍ତମାନ ସୁଦ୍ଧା ୫ ରୁ ୬ ଟଙ୍କା ପର୍ଯ୍ୟନ୍ତ କମ ରହିଛି । ଯାହାକୁ ନେଇ ମାଲକାନଗିରି ଜିଲ୍ଲାର ଗ୍ରାହକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖିବାକୁ ମିଳିଛି । ସରକାର ଟିକସ କମ କରିବା ସହ ପେଟ୍ରୋଲ ଓ ଡିଜେଲ ଓ ଜିଏସଟି ଲାଗୁ କରିବା ଲାଗି  ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.