କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର ୦୬/୦୪: ଜାମ୍ମୁ କାଶ୍ମୀରରେ ଜାରି ରହିଛି ସେନା ପକ୍ଷରୁ ଏନକାଉଣ୍ଟର । ଏହି ପରିପ୍ରେକ୍ଷୀରେ ଅବାନ୍ତିପୋରାର ଟ୍ରାଲ୍ ଅଞ୍ଚଳରେ ସକାଳେ ଏକ ଏନକାଉଣ୍ଟର କରିଛି ଭାରତୀୟ ସେନା । ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ମୁକାବିଲାରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୂଚନା ଥାଉକି, ଅବନ୍ତିପୋରାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଯବାନଙ୍କୁ ମିଳିଥିଲା ସୂଚନା । ଏହାର ସୁଯୋଗ ନେଇ ସୁରକ୍ଷା ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।ତେବେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମ ଗୁଳିଚାଳନା କରାଯାଇଥିଲା । ଏହାର ପାଲଟା ଯବାବ ଦେଇଥିଲେ ସୁରକ୍ଷା ବାହିନୀ । ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ତ କିଛି ଦିନ ଧରି ଜାମ୍ମୁ କାଶ୍ନୀରରେ ସୁରକ୍ଷା ବାହିନୀ ପକ୍ଷରୁ ଆତଙ୍କବାଦୀ ମୂଳୋତ୍ପାଟନ ନେଇ ଜାରି ରହିଛି ଅଭିଯାନ ।

Leave A Reply

Your email address will not be published.