ଷ୍ଟାଡିୟମରେ ଜବରଦସ୍ତ ନାଚିଲେ ବିରାଟ

ନୂଆଦିଲ୍ଲୀ ୦୬/୦୪:  ଆଇପିଏଲରେ ମଙ୍ଗଳବାର ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ । ଓ୍ୱାଙ୍ଖଡେ ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଏହାମଧ୍ୟରେ ଷ୍ଟାଡିୟମରେ କୋହଲିଙ୍କ ଡ୍ୟାନ୍ସ ପ୍ରଶଂସକଙ୍କୁ ଖୁସି କରାଇଥିଲା । ବେଙ୍ଗାଲୁରୁ ଏହି ମୁକାବିଲାରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଯେତେବେଳେ ଆରସିବି ଖେଳାଳି ଫିଲ୍ଡିଂ ପାଇଁ ପଡିଆକୁ ଓହ୍ଲାଇଥିଲେ ସେତେବେଳେ ବିରାଟ ଖୁସି ମୁଡ୍‌ରେ ଥିଲେ । ଏହାସହ ଡ୍ୟାନ୍ସ କରିଥିଲେ । ବିରାଟଙ୍କ ସହ ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ମଧ୍ୟ ନାଚ କରିଥିଲେ । ବିରାଟ ଓ ସିରାଜଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ବିରାଟ ପୂର୍ବରୁ ମଧ୍ୟ ପଡିଆରେ ଅନେକ ଥର ଡ୍ୟାନ୍ସ କରିଥିବା ନଜର ରହିଛି । ଚଳିତ ଆଇପିଏଲରେ ବିରାଟ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି । ସେ ଏବେସୁଦ୍ଧା ଦୁଇଟି ମ୍ୟାଚ୍ ଖେଳି ଯଥାକ୍ରମେ ୪୧ ଓ ୧୨ ରନ୍ କରିଥିଲେ । ତେବେ ଆଗାମୀ ମ୍ୟାଚରେ ସେ ବଡ ସ୍କୋର କରିବେ ବୋଲି ଫ୍ୟାନ୍ସ ମାନେ ଆଶା ରଖିଛନ୍ତି ।  

Leave A Reply

Your email address will not be published.