ଇମରାନ ଯିବେ ନା ରହିବେ, ତାକୁ ନେଇ ଜାରି ରହିଛି ସସପେନ୍ସ

ନୂଆଦିଲ୍ଲୀ ୦୬/୦୪: ପାକିସ୍ତାନ ରାଜନୀତିରେ ଏବେ ଝଡ। କାମଚଳା ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଯିବେ ନା ରହିବେ। ତାହାକୁ ନେଇ ପାକିସ୍ତାନରେ ସବୁ ଆଡେ ଚର୍ଚ୍ଚା। ସେପଟେ ପାକିସ୍ତାନ ନ୍ଯାସନାଲ ଆସେମ୍ବିଲ ଭଂଗ ଆଉ ଇମରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ମାମଲାର ଶୁଣାଣୀ ଆସନ୍ତାକାଲି ଯାଏଁ ମୁଲତବୀ ରହିଛି । ତେବେ ଆଜି ଏହି ମାମଲାର ଶୁଣାଣୀ ବେଳେ ସୁପ୍ରିମକୋର୍ଟ ପାକିସ୍ତାନ ନ୍ଯାସନାଲ ଆସେମ୍ବିଲରେ ସେଦିନ ପ୍ରୋସିଡିଂର ରେକର୍ଡ ତଲବ କରିଛନ୍ତି। ଅନାସ୍ଥା ପ୍ରସ୍ତାବର ପ୍ରୋସିଡିଂର ରେକର୍ଡ ଦେଖିବା ଜରୁରୀ ବୋଲି ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି । ସେପଟେ ଇମରାନ ଖାନଙ୍କ ଦ୍ବାରା ନିୟୁକ୍ତ ସରକାରୀ ଓକିଲ ମୁଖ୍ଯ ଆଟାର୍ଣ୍ଣି ଜେନେରାଲ ବାଗି ହୋଇପଡିଥିବା ଜଣାପଡିଛି। ଆଟର୍ଣ୍ଣି ଜେନେରାଲ ଖାଲିଦ ଜାବେଦ ଖାନ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ବେଳେ କହିଛନ୍ତି- ଏହା ମୋର ଶେଷ କେସ୍। ମୁଁ ସମ୍ବିଧାନ ଅନୁଯାୟୀ କାମ କରିବି।

Leave A Reply

Your email address will not be published.