ପ୍ରସବ ପୂର୍ବରୁ ରାତିସାରା ଯନ୍ତ୍ରଣାରେ ଛଟପଟ ହେଉଥିଲେ ଭାରତୀ ସିଂ

ମୁମ୍ବାଇ ୦୬।୦୪ : ଭାରତୀ ଓ ହର୍ଷଙ୍କ ଘରେ ଏବେ କୁଆଁ କୁଆଁ ଶବ୍ଦ ଶୁଣିବାକୁ ମିଳିଛି । ନିକଟରେ ଭାରତୀ ମା ହୋଇଛନ୍ତି । ତାଙ୍କର ଏକ ପୁଅ ହୋଇଛି ବୋଲି ସେ ଇନଷ୍ଟାଗ୍ରାମରେ ପୋଷ୍ଟରେ ସୂଚନା ଦେଇଛନ୍ତି। ଭାରତୀ ଓ ହର୍ଷ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି । ହେଲେ ବର୍ତ୍ତମାନ ଭାରତୀ ତାଙ୍କ ଯନ୍ତ୍ରଣା ବିଷୟରେ ଜଣାଇଛନ୍ତି । ତଥାପି ଭାରତୀ ଯନ୍ତ୍ରଣାକୁ ସହ୍ୟ କରି ନେଇ ଥିଲେ। କାହାକୁ କିଛି ଜଣାଇନଥିଲେ। ଏପରିକି ସେ ନିଜ ଘର ଲୋକଙ୍କୁ ମଧ୍ୟ କିଛି କହିନଥିଲେ। ଡେଲିଭରୀ ପୂର୍ବରୁ କିଛି ଏଭଳି ଥିଲା କମେଡି କୁଇନ୍‌ ଭାରତୀ ସିଂହଙ୍କ ଅବସ୍ଥା। ଗର୍ଭବତୀ ଥାଇ ମଧ୍ୟ ଡେଲିଭରୀ ପୂର୍ବଦିନ ଯାଏଁ କାମ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀ। ଦୀର୍ଘ ୯ ମାସ ଯାଏଁ ସେ ଶୁଟିଂ କରିଛନ୍ତି। ତେବେ ଡେଲିଭରୀର ପୂର୍ବ ଦିନ ରାତିରେ ତାଙ୍କ ଅବସ୍ଥା କିଭଳି ଥିଲା ତାହା ଏବେ ସାମ୍ନାକୁ ଆସିଛି। ଭାରତୀ ନିଜ ସୋସିଆଲ ମିଡିଆ ବ୍ଲଗ ଜରିଆରେ ଏହି ସୂଚନା ଦେଇଛନ୍ତି। ବ୍ଲଗ୍‌ରେ ଡେଲିଭରୀର ଦୁଇ ଦିନ ପୂର୍ବରୁ ଏବଂ ହସ୍ପିଟାଲ ଯିବା ଯାଏଁ କିଭଳି ଥିଲା ତାଙ୍କ ଅବସ୍ଥା ଥିଲା ସେ ସବୁ ବଖାଣିଛନ୍ତି ।

Leave A Reply

Your email address will not be published.