ନବରଙ୍ଗପୁରରେ ଗଣଆତ୍ମହତ୍ୟା ଘଟଣାରୁ ଉଠିଲା ପରଦା 

ନବରଙ୍ଗପୁର : ଗତ ୧୦ ତାରିଖ ରାତିରେ ନବରଙ୍ଗପୁରରେ ୩ ଯୁବତୀଙ୍କ ଆତ୍ମହତ୍ୟା ଘଟଣା ଉପରୁ ପରଦା ହଟିଛି । ଘଟଣାରେ ପୁଲିସ ତଦନ୍ତ କରୁଛି । କିନ୍ତୁ ଏଯାଏ ପୁୁଲିସ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ସ୍ପଷ୍ଟ କରାଯାଇନି । ତେବେ କିଛି ଗାଁ ଲୋକ ନିଜ ନାଁ ଗୋପନ ରଖି ଆମ ପ୍ରତିନିଧି ନଳିନୀ ରଂଜନ ମିଶ୍ରଙ୍କୁ ପୂରା ଘଟଣାର କାରଣ ବିଷୟରେ କହିଛନ୍ତି । ସେମାନଙ୍କ ଅନୁରୋଧ କାରଣରୁ ଆମେ ତାଙ୍କର ନାଁ ପ୍ରକାଶ କରୁନାହୁଁ । ସେଦିନ ତାଙ୍କ ଗାଁଠାରୁ ପ୍ରାୟ ୩୦ କିଲୋମିଟର ଦୂର ଉମରକୋଟରେ ଏକ କଳସ ଯାତ୍ରା ଅନୁଷ୍ଠିତ ହେବାର ଥିଲା । ଏମାନେ ଏହି କଳସଯାତ୍ରା ଯିବାକୁ ପ୍ରସ୍ତୁତ ହେଉଥିଲେ । ତିନି ଜଣ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘରେ ଏମାନେ ଖୁସିରେ ସାଜ ସଜ୍ଜା ବି ହୋଇଥିଲେ । କିନ୍ତୁ ତିନି ଜଣଙ୍କ ଯାକ ପରିବାର ଲୋକ ଶେଷ ମୂହୂର୍ତ୍ତରେ କଳସ ଯାତ୍ରା ଯିବା ପାଇଁ ମନା କରିଥିଲୋ ଏହାକୁ ନେଇ ତିନି ଜଣଙ୍କର ପରିବାର ଲୋକଙ୍କ ସହ ପାଟିତୁଣ୍ଡ ମଧ୍ୟ ହୋଇଥିଲା । କିନ୍ତୁ କଳସ ଯାତ୍ରା ଯିବା ପାଇଁ ପରିବାର ଲୋକେ ରୋକଠୋକ୍ ମନା କରିଦେଇଥିଲେ । ଗାଁ ଲୋକଙ୍କ କହିବା ଅନୁସାରେ ଏହା ହିଁ ଆତ୍ମହତ୍ୟାର ମୁଖ୍ୟ କାରଣ ହୋଇଥାଇପାରେ ।ତିନି ଜଣ ଯାକ ଯୁବତୀ ସେହି ଗଛରେ ଚଢି ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ତିନି ଜଣ ଅଧିକାଂଶ ସମୟରେ ସ୍କୁଟିରେ ବୁଲାବୁଲି କରନ୍ତି । କିନ୍ତୁ ପରିବାର ଲୋକେ ଏମାନଙ୍କୁ ବାରମ୍ବାର ତାଗିଦ ମଧ୍ୟ କରନ୍ତି । ସବୁ ଏମିତି ଚାଲିିଥିଲା କିନ୍ତୁ ସେଦିନ କଳସଯାତ୍ରା ପାଇଁ ମନା କରିବାକୁ ସେମାନେ ଗ୍ରହଣ କରିପାରିନଥିଲେ । ଯେଉଁ ଗଛରେ ଓଢଣୀ ଲଗାଇ ସେମାନେ ଆତ୍ମହତ୍ୟା କରିିଥିଲେ ସେହି ଗଛ ମୂଳକୁ ପୂର୍ବରୁ ଯାଇ ମଧ୍ୟ ସେଠାରେ ବସୁଥିଲେ ।

Leave A Reply

Your email address will not be published.