କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ‘ଦୃଶ୍ୟମ୍’ ସିନେମା ଦେଖି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଶର୍ମିଷ୍ଠା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁକୁ କିପରି ହୋଇଥିଲା ହତ୍ୟା । କିପରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ କ୍ରାଇମ ରିପୋର୍ଟର ଶର୍ମିଷ୍ଠା ରାଉତ ତା’ର ସୂଚନା ମିଳିଛି । ନିଜେ କ୍ରାଇମ ରିପୋର୍ଟର ହୋଇଥିବାରୁ ବେଶ ଭଲ ଭାବେ ଶର୍ମିଷ୍ଠା ଜାଣିଥିଲା ପୁଲିସ କେଉଁ କେଉଁ ଦିଗରେ ତଦନ୍ତ କରିବ । ତେଣୁ ପ୍ରମାଣ ନଷ୍ଟ କରିବାକୁ ପୁଲିସକୁ ଶର୍ମିଷ୍ଠା ଭୂଆଁ ବୁଲାଉଥିଲା । ଏଥିପାଇଁ ବଲିଉଡ ଫିଲ୍ମ ‘ଦୃଶ୍ୟମ’ ସିନେମାର ଫର୍ମୁଲା ପକାଇଥିଲା ଶର୍ମିଷ୍ଠା । ଆଉ ଯୋଜନା ମୁତାବକ ପ୍ଲାନ ପ୍ରସ୍ତୁତ କରିଥିଲା । ଭୁବନେଶ୍ୱରରେ ମାନସକୁ ହତ୍ୟା କରିବା ପରେ ନୟାଗଡରେ ଶବ ପୋତିଥିଲା ଶର୍ମିଷ୍ଠା । ଏହାପରେ ମୋବାଇଲ ଫୋନକୁ ସୁଇଚ ଅଫ କରି ଯାଜପୁର ଜାରକା ଛକରେ ଏକ ଚା ଦୋକାନରେ ମାନସର ମୋବାଇଲ ଛାଡି ଶର୍ମିଷ୍ଠା ଫେରାର ହୋଇଯାଇଥିଲା । ଧର୍ମଶାଳା ଥାନା ପୁଲିସ ନିକଟରୁ ଏହି ମୋବାଇଲ ଫୋନକୁ କ୍ରାଇମବ୍ରାଞ୍ଚ ଜବତ କରିଛି । ଏହାପରେ ମୋବାଇଲଟିକୁ ରସୁଲଗଡ ଫରେନସିକ ଲାବରେଟୋରିକୁ ପଠାଇଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ପ୍ରମାଣ ନଷ୍ଟ କରିବାକୁ ଜାରକା ଆସିଥିବା ବେଳେ ଟାଙ୍ଗୀ ଟୋଲ ଗେଟ୍ ପାସ କରିଥିଲା । ଏହି ସମୟରେ ଶର୍ମିଷ୍ଠାର କାରର ଚିତ୍ର ସିସି ଟିଭିରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ୭ ତାରିଖ ଚାନ୍ଦବାଲିରୁ ଅପହରଣ କରି ହତ୍ୟା କଲାପରେ ଏକ କାର୍‌ରେ ୮ ତାରିଖ ଦିନ ପ୍ରାୟ ୨ଟା ୩୦ରେ ନୟାଗଡ଼ ରଣପୁର ନୂଆ କାଟେଣୀ ଜଙ୍ଗଲକୁ ନେଇ ସନ୍ଧ୍ୟା ୬ଟାରୁ ରାତି ୮ଟା ଭିତରେ ଶବ ପୋତିଥିଲେ। ରାତି ୮ଟାରେ ସେହି କାରରେ ଚଣ୍ଡିଖୋଲ ଯିବାବାଟରେ ଟାଙ୍ଗୀ ଟୋଲ୍ ଗେଟରେ ୯ ତାରିଖ ରାତି ୧୨ଟା ୮ରେ ଅତିକ୍ରମ କରିଛନ୍ତି । କ୍ରାଇମବ୍ରାଞ୍ଚ ଟୋଲ୍ ଗେଟ୍‌ରୁ ଏକ ଫୁଟେଜ୍‌ କ୍ରାଇମବ୍ରାଞ୍ଚ ଜବତ କରିଛି ।ସେଦିନ ରାତିରେ ଚଣ୍ଡିଖୋଲ ଛକରୁ ଦୈତାରୀ ରାସ୍ତାରେ ଯାଇ ଅଖା, ଇଅର ଫୋନ, ଚପଲ, ଗଇଁତି, କୋଦାଳ ଫିଙ୍ଗିବା ପରେ ସେଠୁ ୯ କିମି ଦୂର ଜାରକା ଯାଇଥିଲେ । ଜାରକାରେ ଏକ ପାନ ଦୋକାନରେ ମାନସଙ୍କ ମୋବାଇଲ୍ ସୁଇଚ୍ ଅନ୍ କରି ରଖି ଦେବା ପରେ ଶର୍ମିଷ୍ଠା ଓ ତା’ର ସହଯୋଗୀ ସେଦିନ ରାତି ୨ଟାରେ ଟାଙ୍ଗୀ ଟୋଲ୍‌ଗେଟ୍‌ ଦେଇ ଭୁବନେଶ୍ବର ଫେରିବା ସମୟର ଆଉ ଏକ ଫୁଟେଜ୍ କ୍ରାଇମବ୍ରାଞ୍ଚ ଜବତ କରିଛି । ୯ ତାରିଖ ସକାଳେ ମାନସଙ୍କ ଜଣେ ସହଯୋଗୀ ଉକ୍ତ ନମ୍ବରକୁ ଫୋନ୍ କରିବାରୁ ଫୋନ୍ ପାଇଥିବା ଜଣେ ବ୍ୟକ୍ତି ଫୋନ୍ ଉଠାଇଥିଲେ । ପରେ ସମ୍ପୃକ୍ତ ବ୍ୟକ୍ତି ଧର୍ମଶାଳା ଥାନାର ଫୋନ୍ ଜିମା ଦେଇଥିଲେ ।

Leave A Reply

Your email address will not be published.