କୂଅରେ ଗଳିପଡିଲା ହାତୀ ଛୁଆ

ଯାଜପୁର : କୂଅରେ ଗଳିପଡିଲା ହାତୀ ଛୁଆ। ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ହାତୀ ଛୁଆ। ଯାଜପୁର ବୈରୀ ବନାଞ୍ଚଳ ଅଧୀନ ଦେହୁରିଗଡ଼ା ଗାଁରେ ଏହି ଘଟଣା ଘଟିଛି । ସୂଚନା ମୁତାବକ ଗତ କିଛି ମାସ ହେବ ବୈରୀ ବନାଞ୍ଚଳ ଦେହୁରିଗଡ଼ା ଗାଁ ନିକଟରେ ଥିବା ପାହଡରେ ହାତୀ ପଲ ସନ୍ଧ୍ୟାରେ ଗାଁକୁ ପଶି ଘର ଭାଙ୍ଗିବା ସହ ବହୁ ଧନ ସମ୍ପତ୍ତି ନଷ୍ଟ କରୁଛନ୍ତି। ଗତକାଲି ରାତିରେ ମାଆ ଓ ଛୁଆ ହାତୀ ଗାଁ ଭିତରକୁ ପଶି ଆସିଥିଲେ। ଏହି ସମୟରେ ଏକ କୂଅ ଭିତରେ ଛୁଆ ହାତୀଟି ଗଳି ପଡିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୫ ଘଣ୍ଟା ଧରି ପରିଶ୍ରମ କରିବା ପରେ JCB ସାହାଯ୍ୟରେ ହାତୀ ଛୁଆକୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.