ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ

ଜଳେଶ୍ୱର ୦୫।୦୫ : ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ । ୪ ଜେସିବି ମେସିନ, ୧୬ ଡମ୍ପର ସହିତ ଗୋଟିଏ ଟ୍ରାକ୍ଟର ଜବତ । ଘଟଣାସ୍ଥଳରେ ଗାଡି ଡ୍ରାଇଭରମାନେ ଫେରାର ମାରିବାରେ ସକ୍ଷମ ହୋଇଛନ୍ତି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରାଜସ୍ବ ବିଭାଗ ପକ୍ଷରୁ ବସ୍ତା ତହସିଲ ଅଧିନରେ ଥିବା ରାଜଘାଟ ବେଣାପୂରା ୨ ବାଲି ଖାଦାନ ଉପରେ ଚଢାଉ କରାଯାଇଛି । ଚଢାଉରେ ବସ୍ତା ତହସିଲଦାରଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ଟ ସାମିଲ ଥିଲେ । ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଅଧୀନସ୍ଥ ସୁବର୍ଣ୍ଣ ରେଖା ନଦୀରେ ଅନେକ ଗୁଡିଏ ବାଲି ଖାଦାନ ଥିବା ବେଳେ ସେଗୁଡିକରୁ ବେଆଇନ ଭାବେ ମେସିନ ସହାୟତାରେ ବାଲି ଉତ୍ତୋଳନ କରାଯିବା ସହ ଡମ୍ଫରରେ ପଶ୍ଚିମବଙ୍ଗକୁ ପରିବହନ କରାଯାଏ । ତେବେ ବାଲେଶ୍ୱର ଜିଲ୍ଲା ପାଳଙ୍କ ନିର୍ଦେଶକ୍ରମେ ଏହି ଚଢାଉ କରାଯାଇଥିଲା । ଚଢାଉ ବେଳେ ଘଟଣାସ୍ଥଳରୁ ଗାଡି ଡ୍ରାଇଭର ମାନେ ଫେରାର ହୋଇ ଯାଇ ଥିବା ବେଳେ ଜବତ ଗାଡି ଗୁଡିକୁ ପୋଲିସ ଜଗି ରହିଛି ।

Leave A Reply

Your email address will not be published.