ଖୋଲା ଆକାଶ ତଳେ ସନ୍ତାନ ଜନ୍ମ କଲେ ଗର୍ଭବତୀ

କାମାକ୍ଷାନଗର: ସରକାର ଡାକ୍ତରଖାନାର ଉନ୍ନତି ପାଇଁ କେତେକଣ ଯୋଜନା କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଡାକ୍ତରଖାନା ଅଛି ରୋଗୀ ଆସୁଛନ୍ତି କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ ଏପରିକି ଡାକ୍ତରଖାନା ବନ୍ଦ ରହୁଥିବା ଅଭିଯୋଗ ହୋଇଛି । ଏଭଳିଆ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରାଶାଳ ଡାକ୍ତରଖାନାରେ। ଆଜି ରହଣି ଗାଁର ସନ୍ତୋଷ ନାୟକଙ୍କ ପତ୍ନୀ ଦେବକୀ ନାୟକଙ୍କର ପ୍ରସବ ବେଦନା ହେବାରୁ ସନ୍ଧ୍ୟା ୭ଟାରେ ଡାକ୍ତରଖାନାକୁ ପହଞ୍ଚିଥିବା ବେଳେ କୌଣସି କର୍ମଚାରୀ ନଥିଲେ ଆଉ ଡାକ୍ତରଖାନା ମଧ୍ୟ ବନ୍ଦ ଥିଲା। ଏଠାରେ ଦୀର୍ଘ ୧ଘଣ୍ଟା ଅପେକ୍ଷା କରିବା ପରେ ଡାକ୍ତରଖାନା କ୍ୟାମ୍ପସ ଭିତରେ ଖୋଲା ଆକାଶ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

Leave A Reply

Your email address will not be published.