୭୫ ବର୍ଷରେ ବରଗଡ ଧନୁଯାତ୍ରା

ବରଗଡ ୧୧/୧୧: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ବିଗତ ୩ ଦିନ ଧରି ଜାରି ଥିବା କଳାକାର ଚୟନ ପ୍ରକ୍ରିୟା ଗୁରୁବାର ସନ୍ଧ୍ୟାରେ ସମାପ୍ତ ହୋଇଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ୭ ଜଣ ବିଚାରକଙ୍କ ମାର୍କିଂ ଭିତ୍ତିରେ ବିଳମ୍ବିତ ରାତିରେ ନୂଆ କଳାକାର ତାଲିକା ଘୋଷଣା କରାଯାଇଛି । ହୀରକ ଜୟନ୍ତୀ ଧନୁଯାତ୍ରା ସମେତ ଆସନ୍ତା ୩ ବର୍ଷ ପାଇଁ ବରିଷ୍ଠ ମଞ୍ଚ କଳାକାର ହୃଷୀକେଶ ଭୋଇ କଂସ ଭୂମିକା ପାଇଁ ମନୋନୀତ ହୋଇଛନ୍ତି । ଏନେଇ ଜିଲ୍ଲା ସଭାକକ୍ଷରେ ଗୁରୁବାର ପ୍ରେସ୍‌ମିଟ୍‌କୁ ସମ୍ବୋଧିିତ କରି କଳାକାର ଚୟନ କମିଟି ଆବାହକ ତଥା ଏଡିଏମ୍‌ ମିର୍ଦ୍ଧା ଟପ୍ପୋ, ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ଓ ଯୁଗ୍ମ ସମ୍ପାଦକ ତଥା ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ଦାଶ କଂସ ସମେତ ୧୧ଟି ଭୂମିକା ପାଇଁ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ । କଂସ ଭୂମିକା ପାଇଁ ଶ୍ରୀ ଭୋଇଙ୍କ ଉପରେ ବିଚାରକ ମଣ୍ଡଳୀ ଆସ୍ଥା ପ୍ରକଟ କରିଛନ୍ତି । ମହାମନ୍ତ୍ରୀ ଭୂମିକାରେ ଗୋଲାପ ଚନ୍ଦ୍ର ଦାଶ, ସାତ୍ତ୍ୟକୀ ଭୂମିକାରେ ସେବାନନ୍ଦ ନାୟକ, ସେନାପତି ଭୂମିକାରେ ଦୟାନନ୍ଦ ମାଝି, ଚାଣୁର ଭୂମିକାରେ ମୁନେଶ କୁମାର ଆଚାର୍ଯ୍ୟ, ମୁଷ୍ଟିକ ଭୂମିକାରେ ସୂର୍ଯ୍ୟପ୍ରକାଶ କର୍ଣ୍ଣ, ଦେବକୀ ଭୂମିକାରେ କନକ ଡନସେନା ଚୌଧୁରୀ, ବସୁଦେବ ଭୂମିକାରେ ମନୋଜ କୁମାର ସାହୁ, ଉଗ୍ରସେନ ଭୂମିକାରେ ଆର୍ତ୍ତତ୍ରାଣ ମହାପାତ୍ରଙ୍କୁ ମନୋନୟନ କରାଯାଇଛି ।

Leave A Reply

Your email address will not be published.