ଜାହାଜରେ ୮୦୦ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଜାହାଜରେ ୮୦୦ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଛି । ଜାହାଜଟିକୁ ଅଷ୍ଟ୍ରେଲିଆର ସିଡନୀରେ ଡକ୍ କରାଯାଇଛି । ବିବିସିର ରିପୋର୍ଟ ଅନୁସାରେ ନ୍ୟୁଜିଲାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ମାଜେଷ୍ଟିକ ପ୍ରିନ୍ସସେସ୍ କ୍ରୁ ଶିପରେ ପ୍ରାୟ ୪୬୦୦ ଯାତ୍ରୀ ଏବଂ ଚାଳକ ଥିଲେ । ଏଥିରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ । ୧୨ ଦିନରେ ଯାତ୍ରାର ଅଧା ରାସ୍ତାରେ କରୋନାରେ ଏତେ ସଂଖ୍ୟକ ମାମଲା ସାମନାକୁ ଆସିବା ଆରମ୍ଭ ହୋଇଥିଲା । ବହୁ ସଂଖ୍ୟାରେ କୋଭିଡ ରୋଗୀ ଚିହ୍ନଟ ହେବା ପରେ ଜାହାଜରେ ଥିବା ଅନ୍ୟ ଯାତ୍ରୀ ଆତଙ୍କିତ ହୋଇଛନ୍ତି । ପରେ ଜାହାଜର ଦିଗକୁ ମୋଡି ସିଡନୀରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆକ୍ରାନ୍ତଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି । ଯେଉଁମାନେ କ୍ୱାରେଣ୍ଟିନ ପରିୟଡରେ ରହିବେ ସେମାନଙ୍କୁ ଜାହାଜର କର୍ମଚାରୀ ସହାୟତା ପ୍ରଦାନ କରିବେ ବୋଲି କମ୍ପାନି ଘୋଷଣା କରିଛି । ଖୁବଶୀଘ୍ର ମେଲବର୍ଣ୍ଣ ପାଇଁ ଯାତ୍ରା ଆରମ୍ଭ କରିବ ।

Leave A Reply

Your email address will not be published.