ସୋମବାର ୧୭୦ରୁ ଅଧିକ ଟ୍ରେନ୍ ବାତିଲ, ପ୍ରଭାବିତ ହେବେ ଯାତ୍ରୀ

ନୂଆଦିଲ୍ଲୀ: ସୋମବାର ୧୭୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଛି । ଫଳରେ ପ୍ରଭାବିତ ହୋଇଛନ୍ତି ଶହ ଶହ ଯାତ୍ରୀ । କେଉଁ କାରଣରୁ ଟ୍ରେନ୍ ରଦ୍ଦ ହୋଇଛି ଏନେଇ ରେଳ ବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ତେବେ ଖରାପ ପାଗ, ଯାନ୍ତ୍ରିକ ତ୍ରୁଟି ଓ ଟ୍ରାକ୍ ମରାମତି ପାଇଁ ଶତାଧିକ ଟ୍ରେନ୍ ବାତିଲ ହୋଇଥିବା କୁହାଯାଉଛି । କିଛି ଟ୍ରେନ୍ ରଦ୍ଦ ହୋଇଥିବାବେଳେ କିଛି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରିଛି ବିଭାଗ । ଟ୍ରେନ୍ ବାତିଲ ନେଇ ରେଳ ବିଭାଗ ସୂଚନା ଦେଇଛି । ସୋମବାର ଦେଶର ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ପ୍ରାନ୍ତକୁ ଚଳାଚଳ କରୁଥିବା  ଅଧିକାଂଶ ଟ୍ରେନ୍ ବାତିଲ ହୋଇଛି । ଏହା ସହିତ ଅନେକ ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି । ଏଥିରେ ପାସେଞ୍ଜର, ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ରହିଛି । ମୋଟ୍ ୧୭୧ଟି ବାତିଲ ଟ୍ରେନ୍ ମଧ୍ୟରୁ ୧୪୭ଟି ସମ୍ପୂର୍ଣ୍ଣ ରଦ୍ଦ ହୋଇଛି । ସେହିପରି ୨୪ଟି ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି ।  ଏହି ଟ୍ରେନ୍ ସବୁ ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଓ ମହାରାଷ୍ଟ୍ରରେ ରହିଛି । ଏହାଛଡ଼ା ୧୮ଟି ଟ୍ରେନ୍‌ର ରିସିଡ୍ୟୁଲ କରାଯାଇଥିବାବେଳେ ୨୫ଟି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି  । ତେବେ କେଉଁ କାରଣକୁ ଟ୍ରେନ ବାତିଲ ହୋଇଛି, ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ବିଭାଗ । ଟ୍ରେନ୍ ବାତିଲ ଯୋଗୁ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ ।

Leave A Reply

Your email address will not be published.