ପଦ୍ମପୁର ଉପନିର୍ବାଚନ : ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ବର୍ଷା ବରିହା

ପଦ୍ମପୁର ୧୭।୧୧ : ନାମାଙ୍କନ ଭରିଲେ ବର୍ଷା ବରିହା । ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀନୀ ବର୍ଷା ବରିହା । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରେରେ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ। ଗୁରୁବାର ପଦ୍ମପୁର ଉପନିର୍ବାଚନର ନାମାଙ୍କନ ଦାଖଲର ଅନ୍ତିମ ଦିବସ ହୋଇଥିବା ବେଳେ ପ୍ରଥମେ ସ୍ଵାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପା ନାମାଙ୍କନ ଦାଖଲ କରିଥିଲେ। ପରେ ବର୍ଷା ବରିହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାପରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ଵର ୧୭ରେ ଅର୍ଥାତ ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ​ ୧୮ରେ ନାମାଙ୍କନ ଯାଞ୍ଚ୍ ହେବ । ସେହିଭଳି ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୫ରେ ନିର୍ବାଚନ ହେବାକୁ ଥିବାବେଳେ​ ୮ତାରିଖରେ ଭୋଟ ଗଣତି ହେବ।

Leave A Reply

Your email address will not be published.