ଜରୁରୀ ସେବା ସହ ଖେଳ, ୧୦୮ ଓ ୧୦୪ କୁ ଆସୁଛି ଫେକ୍ କଲ

ଭୁବନେଶ୍ୱର ୧୭/୧୧: ଜରୁରୀ ସେବା ସହ ସାଙ୍ଘାତିକ ଖେଳ । ବାରମ୍ୱାର ଆସୁଛି ଫେକ୍ କଲ୍ । ଏନେଇ ଅଭିଯୋଗ କଲାପରେ ବି ସୁଧୁରୁନାହାଁନ୍ତି ଲୋକେ । ବାରମ୍ୱାର କଲ୍ କରି କର୍ମଚାରୀଙ୍କୁ କରୁଛନ୍ତି ହଇରାଣ ହରକତ । ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ୧୦୪ ଓ ୧୦୮ ଆମ୍ବୁଲାନ୍ସ ସେବା କରିଛନ୍ତି । ସରକାରଙ୍କ ଉଦ୍ଦେଶ୍ୟ ଲୋକଙ୍କୁ ଠିକ ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ କିଛି ବଦମାସ ଏହି ସେବାର ମୂଲ୍ୟ ନବୁଝି ଟାଇମ୍ ପାସ କରୁଛନ୍ତି । ଆଉ କିଛି କଲ ସେଣ୍ଟରରେ ବସିଥିବା ମହିଳା କର୍ମଚାରୀଙ୍କ ସହ କଥା ହୋଇ ଅଶ୍ଳୀଳ କଥା ହେଉଛନ୍ତି । ଏହାକୁ ନେଇ ଚିନ୍ତାରେ କଲ ସେଣ୍ଟର ଅଧିକାରୀ । ପ୍ରତିଦିନ ଏହି କଲ ସେଣ୍ଟରକୁ ୫୦୦ରୁ ଉର୍ଦ୍ଧ୍ୱ କଲ୍ ଆସୁଛି । ଏଥିରେ ଏବେ ୧୦୦ ରୁ ଅଧିକ ଫେକ୍ କଲ ରହୁଛି । ଏପରିକି କଲ୍ ସେଣ୍ଟରରେ କଲ ରିସିଭ୍ କରୁଥିବା ମହିଳା କର୍ମଚାରୀଙ୍କୁ ଅସଦ୍ ବ୍ୟବହାର କରାଯାଉଛି ।

Leave A Reply

Your email address will not be published.