ହାତୀପଲଙ୍କ ଉପଦ୍ରବ, ଦଳି ଚକଟି ନଷ୍ଟ କଲେ ପାଚିଲା ଧାନ 

କେନ୍ଦୁଝର  ୨୩।୧୧: ନାକେଦମ୍ କଲେଣି ହାତୀପଲ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ହାତୀପଲଙ୍କ ଉପଦ୍ରବ ଯୋଗୁ ଚିନ୍ତାରେ ଚାଷୀ। ହାତୀପଲ ଦଳିଚକଟି ନଷ୍ଟ କରିଦେଲେ ଏକର ଏକର ପାଚିଲା ଧାନ ଫସଲ। ଏବେ ଚଷା ପୁଅର କ୍ଷେତରେ ଧାନ ପାଚିଗଲାଣି। ସେଥିପାଇଁ ହାତୀପଲଙ୍କ ନଜର ଏବେ ଧାନ କ୍ଷେତ ଉପରେ ପଡିଛି। ସେଥିପାଇଁ ରାତି ଅନିଦ୍ରା ହୋଇ ଧାନକ୍ଷେତକୁ ଜଗିରହିଛି ଚାଷୀ। ତଥାପି ହାତୀପଲଙ୍କ କବଳରୁ ଫସଲକୁ ସୁରକ୍ଷା ଦେବା ସମ୍ଭବ ହେଉନାହିଁ। ଅମଳ ସମୟରେ ହାତୀପଲଙ୍କ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି।  ମଙ୍ଗଳବାର ବିଳମ୍ବିତ ରାତିରେ ବନବିହାରୀପୁର ଗାଁରେ  ୩୦ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିଲେ। ଏକର ଏକର ଧାନଫସଲକୁ ଖାଇଯିବା ସହ ଦଳିଚକଟି ନଷ୍ଟ କରିଦେଇଛନ୍ତି। ହାତୀପଲ ଧାନଫସଲ ନଷ୍ଟ କରୁଥିଲେ ମଧ୍ୟ ହାତୀପଲଙ୍କୁ ଘଉଡାଇବାରେ ବନବିଭାଗ ବିଫଳ । ଏମିତି କି ଚାଷୀଙ୍କୁ ଫସଲର କ୍ଷତିପୂରଣ ମିଳୁନଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.