ବୁଲାଣିରେ ବାଇକ୍‌କୁ ପିଟିଲା ବସ୍‌ : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ସୋନପୁର ୨୩।୧୧ : ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଳାପଥର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପିଟିଲା ବସ୍‌ । ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ୱାମୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋନପୁର ଜିଲ୍ଲା ଖୁଜେନପାଲିର ପୁଷ୍ପାଞ୍ଜଳୀ ବାଘ ଓ ସ୍ୱାମୀ ଗିରିଧାରୀ ବାଘ୍‌ଙ୍କ ସହ ଗତକେଲା ଶିବମନ୍ଦିରକୁ ଦର୍ଶନ କରିବାକୁ ବାଇକ୍‌ରେ ଯାଉଥିଲେ । କିନ୍ତୁ କଲାପଥର ରାସ୍ତରେ ଥିବା ବୁଲାଣି ନିକଟରେ ଘଟିଲା ଦୁର୍ଘଟଣା । ବଲାଙ୍ଗୀର ପଟୁ ଆସୁଥିବା ଏକ ଘରୋଇ ବସ୍‌ ବାଇକ୍‌ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଗୀତାଞ୍ଜଳିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ବାକି ସ୍ୱାମୀ ଗିରିଧାରୀ ବାଘ୍‌ ଏବେବି ଗୁରୁତର ଅଞ୍ଚନ୍ତି । ପୋଲିସ ବି ଘଟଣାର ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.