ଗୁଜରାଟରେ ୧୨ବାଗୀଙ୍କୁ ବିଦା କଲା ବିଜେପି

ରାଜକୋଟ୍୨୩/୧୧: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି । ଦଳରୁ ବିଦା ହେଲେ ଆଉ ୧୨ଜଣ ନେତା । ଦଳ ବିରୋଧୀ କାର୍ଯ୍ୟ ପାଇଁ ବାଗୀ ନେତାଙ୍କୁ ବିଜେପି ବହିଷ୍କାର କରିଛି । ଏହା ପୂର୍ବରୁ ୭ଜଣ ବିଧାୟକଙ୍କୁ ଗୁଜରାଟ ବିଜେପି ଅଧ୍ୟକ୍ଷ ନିଲମ୍ବିତ କରିଥିଲେ । ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଟିକେଟ୍ କଟିବା ପରେ ଦଳ ବିରୋଧୀ କାର୍ଯ୍ୟରେ ଏମାନେ ଲିପ୍ତ ରହୁଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଅସନ୍ତୁଷ୍ଟ ଗୋଷ୍ଠୀକୁ ଦଳରୁ ବାହାର ରାସ୍ତା ଦେଖାଇଛି ବିଜେପି । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କ ଉପରେ କର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ ୭ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଏବେ ପୁଣି ଆଉ ୧୨ଜଣ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ୧୯ ଜଣ ବାଗୀ ନେତାଙ୍କୁ ନିଲମ୍ବିତ କରିଛନ୍ତି ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆ.ର. ପାଟିଲ୍ । ନିଲମ୍ବିତ ବାଗୀ ନେତାଙ୍କ ମଧ୍ୟରେ ବାହୁବଳୀ ବିଧାୟକ ମଧୁ ଶ୍ରୀବାସ୍ତବ ରହିଛନ୍ତି । ନିର୍ବାଚନରେ ଦଳୀୟ ଟିକେଟ୍ କଟିବା ପରେ ବିରୋଧ କରିଥିଲେ ବାଗୀ ନେତା । ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାହାକୁ ନେଇ ବାଗୀ ନେତାଙ୍କୁ ପାର୍ଟି ଅଧ୍ୟକ୍ଷ ସସ୍‌ପେଣ୍ଡ କରିଛନ୍ତି । ନିଲମ୍ବିତ ନେତାମାନେ ହେଲେ ଦିନୁ ପଟେଲ, ମଧୁ ଶ୍ରୀବାସ୍ତବ,  କୁଳଦୀପ ସିଂହ, ଉଦୟ ସିଂହ ରାଉଲ, ଖତୁ ପାଗୀ, ଏମଏମ ଖାଣ୍ଟ, ଜେପି ପଟେଲ୍, ରମେଶ ଝାଲା, ଅମରିଶ ଝାଲା, ଓବଲସିଂହ ଝାଲା,  ରାମସିଂହ ଶଙ୍କର, ଜୀ ଠାକୁର, ମାଓ୍ବଜୀ ଦେଶାୟୀ ଓ ଲେବଜୀ ଠାକୁର ରହିଛନ୍ତି ।

Leave A Reply

Your email address will not be published.