ଇପିଏଫଓ ଉପରେ କେନ୍ଦ୍ର ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କ ହେବ ଅଧିକ ସଞ୍ଚୟ

ନୂଆଦିଲ୍ଲୀ, ୨୪/୧୧: ଇପିଏଫଓ ଉପରେ ନେଇପାରନ୍ତି ବଡ଼ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଖୁବଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ର ରିଟାୟାରମେଣ୍ଟ ସେଭିଙ୍ଗ ସ୍କିମ୍ ପାଇଁ ବେତନ ସୀମାରେ ପରିବର୍ତ୍ତନ କରିପାରନ୍ତି। ଏହାଦ୍ବାରା କର୍ମଚାରୀ ଏବଂ କମ୍ପାନୀ ଉଭୟଙ୍କ ଯୋଗଦାନରେ ବୃଦ୍ଧି ହେବ। ଯାହଦ୍ବାରା କର୍ମଚାରୀ ଅବସର ପାଇଁ ଅଧିକ ସଞ୍ଚୟ କରିବାରେ ସହଯୋଗ ହେବ। ଏହି ବୃଦ୍ଧିରେ ଇପିଏଫଓ ସାମାଜିକ ସୁରକ୍ଷା କଭର ଅନୁଯାୟୀ ଅଧିକ କର୍ମଚାରୀ ସାମିଲ ହୋଇପାରିବେ। ବର୍ତ୍ତମାନ ସମୟରେ ଇପିଏଫ ଯୋଜନା ପାଇଁ ବେତନ ସୀମା ୧୫ ହଜାର ଟଙ୍କା ପ୍ରତିମାସ ରହିଛି। ଯାହାକୁ ୨୦୧୪ ରେ ଶେଷଥର ପାଇଁ ୬,୫୦୦ ଟଙ୍କା ପ୍ରତିମାସରେ ପରିବର୍ତ୍ତନ କରାଯାଇଥିଲା। ଏହି ଯୋଜନା କେବଳ ସେହି ଉଦ୍ୟୋଗ ପାଇଁ ଲାଗୁ ହେବ ଯେଉଁଥିରେ ୨୦ ରୁ ଅଧିକ କର୍ମଚାରୀ ରହିଛନ୍ତି।  ଏହା ଶ୍ରମ ମନ୍ତ୍ରାଳୟ ଦ୍ବାରା ସଞ୍ଚାଳିତ ସରକାରଙ୍କ ଦୁଇ ସାମଜିକ ସୁରକ୍ଷା ଯୋଜନା ମଧ୍ୟରେ ସମାନତା ଆଣିବ ଏବଂ ପ୍ରତିଷ୍ଠାନଙ୍କ ଉପରେ ଅନୁପାଳନ ବୋଝ କମ୍ କରିବ।

Leave A Reply

Your email address will not be published.